Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ସାବଧାନ! ଗାଧୋଇ ସାରି କରନ୍ତୁ ନାହିଁ ଏହି ଭୁଲ

    Share on :
    ajab-Image
    Date: May 30, 2022    Views: 7204

    ଭୁବନେଶ୍ୱର: ସନାତନ ଧର୍ମରେ ବାସ୍ତୁ ଶାସ୍ତ୍ରକ ଏକ ପ୍ରାଚୀନ ବିଜ୍ଞାନ ଭାବେ ମାନ୍ୟତା ରହିଛି । ଏହା ଆମ ଜୀବନରେ ବହୁତ କିଛି ପ୍ରଭାବ ପକାଇଥାଏ । ବହୁତ ପରିଶ୍ରମ ଓ ପ୍ରଚେଷ୍ଟା ସତ୍ତ୍ୱେ ଯଦି ଆମେ କୌଣସି କାମରେ ସଫଳତା ପାଉନାହାଁନ୍ତି, ତେବେ ଘରେ କିଛି ନା କିଛି ବାସ୍ତୁ ଦୋଷ ରହିଛି । ତେଣୁ ବାସ୍ତୁ ସମ୍ପର୍କରେ ଜାଣିବା ନିହାତି ଜରୁରୀ ହୋଇଥାଏ | ଆମେ ଗାଧୋଇବା ବେଳେ ବାଥରୁମରେ କିଛ କାର୍ଯ୍ୟ ପ୍ରତି ସଚେତନ ନଥାଉ । ଯାହାକି ଦୋଷପୂର୍ଣ୍ଣ ହୋଇଥାଏ । ଏହାଦ୍ୱାରା ଆମର ଆର୍ଥିକ ଅସୁବିଧା ମଧ୍ୟ ହୋଇଥାଏ । ଆସନ୍ତୁ ଜାଣିବା ବାଥରୁମ ସମ୍ପର୍କିତ କିଛି ନିୟମ ।

    –  ଗାଧୋଇବା ପରେ ବାଥରୁମକୁ ଅପରିସ୍କାର ଛାଡ଼ନ୍ତୁ ନାହିଁ, ଯେତବେଳେ ଗାଧୋଇ ବାହାରିବେ ବାଥରୁମକୁ ସଫା ରଖନ୍ତୁ ।

    –  କୁହାଯାଏ ବାଥରୁମ ଅପରିସ୍କାର ରହିଲେ ରାହୁ ଓ କେତୁ ରାଗିଥାନ୍ତି । ଯାହାର ନେଗେଟିଭ ପ୍ରଭାବ ଆପଣଙ୍କ ଉପରେ ପଡ଼ିଥାଏ ।

    –  ଗାଧୋଇବା ପରେ କେବେ ବି ବାଥରୁମରେ ଓଦା କପଡା ଛାଡ଼ି ଆସନ୍ତୁ ନାହିଁ ।

    –  ସର୍ବଦା ଗାଧୋଇବା ପୂର୍ବରୁ ଅପରିସ୍କାର କପଡ଼ା ଧୋଇ ନିଅନ୍ତୁ ।ଗାଧୋଇବା ପରେ ଅପରିସ୍କାର କପଡ଼ା ଧୁଅନ୍ତୁ ନାହିଁ ।

    –  କପଡ଼ା ଧୋଇବା ପରେ ତୁରନ୍ତ ଏହାକୁ ଶୁଖାଇ ଦିଅନ୍ତୁ । କପଡ଼ା ଧୋଇବା ପରେ ଉକ୍ତ ପାଣିକୁ ତୁରନ୍ତ ଫିଙ୍ଗି ଦିଅନ୍ତୁ ।

    –  କିଛି ଲୋକ ଗାଧୋଇବା ବେଳେ ଖସିଥିବା ବାଳକୁ ବାଥରୁମରେ ଛାଡ଼ିକରି ପଳାଇ ଆସନ୍ତି । ଏହାଦ୍ୱାରା ଶନି ଓ ମଙ୍ଗଳ ଅସନ୍ତୁଷ୍ଟ ହୋଇଥାନ୍ତି । କୌଣସି କାମରେ ୁଉନ୍ନତି ମିଳେ ନାହିଁ । ଜୀବନରେ ସଂଘର୍ଷର ସାମନା କରିବାକୁ     ପଡ଼ିଥାଏ ।

    –  ଗାଧୋଇବା ପରେ ବାଲଟିରେ ବଳିଥିବା ପାଣି ରଖିକି ଆସନ୍ତୁ ନାହିଁ ।

    –  ବାଥରୁମରେ ଖାଲି ବାଲଟି ରଖିନ୍ତୁ ନାହିଁ,ଗାଧୋଇବା ପରେ ବାଲଟିରେ ପାଣି ଜରୁର ଭରି ରଖନ୍ତୁ ।

    –  ବାଥରୁମରେ ସବୁ ଜିନିଷ ବ୍ୟବସ୍ଥିତ କରି ରଖନ୍ତୁ । ଏଣେ ତେଣେ ପକାନ୍ତୁ ନାହିଁ ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook