Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଛାତ୍ରୀଙ୍କ ଗାଲ କାମୁଡି ବନ୍ଧା ହେଲେ ଡାକ୍ତର

    Share on :
    ajab-Image
    Date: Nov 24, 2022    Views: 3869

    ବ୍ରହ୍ମପୁର: ଛାତ୍ରୀଙ୍କୁ ଶାରିରୀକ ନିର୍ୟାତନା ଦେଇ ଗିରଫ ହେଲେ ହାଉସ ସର୍ଜନ । ଛାତ୍ରୀଙ୍କ ଅଭିଯୋଗ ପରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରେ ଘଟିଛି ଏପରି ଘଟଣା । ୨୨ ବର୍ଷିୟା ମେଡିକାଲ ଶେଷବର୍ଷର ଛାତ୍ରୀଙ୍କ ସହ ବ୍ୟକ୍ତିଗତ ସମ୍ପର୍କକୁ ନେଇ ହାଉସ ସର୍ଜନ ସୁପନ କୁମାର ପାଢୀଙ୍କ ବଚସା ହୋଇଥିଲା ।

    ଏଥିରେ ଉତକ୍ଷିପ୍ତ ହୋଇ ହାଉସ ସର୍ଜନ ସୁପନ ଛାତ୍ରୀଙ୍କ ଗାଲ ଓ ହାତକୁ କାମୁଡ଼ି ଦେଇଥିଲେ । ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲା ଛାତ୍ରୀ । ଏତଲାକୁ ଭିତ୍ତି କରି ବୈଦନାଥପୁର ଥାନା ପୋଲିସ୍ ହାଉସ ସର୍ଜନ ସୁପନ କୁମାର ପାଢୀଙ୍କୁ ଗିରଫ କରିବା ସହ ଛାତ୍ରୀଙ୍କ ଡାକ୍ତରୀ ପରୀକ୍ଷା କରିଥିବା ଏସପି ସୂଚନା ଦେଇଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook