Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଅନୁଭବ ଛାଡ଼ିଲେ, ବର୍ଷା ମିଶିଲେ

    Share on :
    ajab-Image
    Date: Apr 18, 2024    Views: 2740

    ଭୁବନେଶ୍ୱର: କୁହାଯାଏ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟେ । ରାଜନୀତି ପରି ଗଭୀର ସମୁଦ୍ରକୁ ମାପିବା ପାଇଁ ରାଜନୀତିରେ ପୋଖତ ହେବାକୁ ପଡ଼ିଥାଏ । ଆଗକୁ ଆକଳନ କରି ହେଉନଥିବା ବିଷୟ ହେଉଛି ରାଜନୀତି । କେତେବେଳେ କ’ଣ ହେବ ତାହା କାହାକୁ ଜଣାନଥାଏ । ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ କଥାକୁ ନେଲେ ଏହା ସ୍ପଷ୍ଟ ବୁଝାପଡେ଼ । ଗୋଟିଏ ପଟେ ବିଜେଡି ଟିକେଟରେ ସାଂସଦ  ହୋଇଥିବା ଅନୁଭବ ମହାନ୍ତି ଦଳକୁ ବାଏ ବାଏ କରିବା ପରେ ମୌକା ଦେଖି ଛକ୍କା ମାରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।ଯଦିଓ ଯେତେବେଳେ ଅନୁଭବ ବିଜେଡିରେ ଥିଲେ ସେତେବେଳେ  ବର୍ଷାଙ୍କୁ ବିଜେଡିର ନିର୍ବାଚନୀ ପ୍ରଚାରରେ ଦେଖିବାକୁ ମିଳୁଥିଲା । କିନ୍ତୁ ସେ ବିଜେଡିରେ ସାମିଲ ହୋଇନଥିଲେ । ତେବେ ଅନୁଭବ ବିଜେଡି ଛାଡ଼ୁ ଛାଡ଼ୁ ବର୍ଷା ଆଜି ସୁଯୋଗକୁ ହାତ ଛଡ଼ା କରିନାହାନ୍ତି । ଗୁରୁବାର ଶଙ୍ଖଭବନକୁ ଆସି ବର୍ଷା ବିଧିବଦ୍ଧଭାବେ ବିଜେଡିରେ ଯୋଗଦେଇଛନ୍ତି ।

    ଆଉ କହିଛନ୍ତି   ସେ ନବୀନ ପଟ୍ଟନାୟକଙ୍କ ଫ୍ୟାନ୍, ତାଙ୍କ ପାଇଁ ସେ ଗୋଟିଏ ସିନେମା ମଧ୍ୟ କରିଛି । ନବୀନଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ତାଙ୍କୁ ସବୁବେଳେ ପ୍ରେରଣା ଦେଇଥାଏ । ମୁଖ୍ୟମନ୍ତ୍ରୀ କଥାରେ କମ୍ ଓ କାମ ବେଶି କରନ୍ତି । ତା ଛଡା ସେ କାହା ବିରୋଧରେ ମଧ୍ୟ କୁହନ୍ତିନି, ତାଙ୍କ କାମ ହିଁ କଥା କୁହେ । ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦୀ ବୋଲି ବିଜେଡିରେ ସାମିଲ ହେଇ ବର୍ଷା କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook