Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୨୩ରେ ଓଡ଼ିଶା ଆସୁଛନ୍ତି ଅମିତ୍‌ ଶାହା ଓ ଜେପି ନଡ୍ଡା

    Share on :
    ajab-Image
    Date: Jan 28, 2023    Views: 3317

    ତିହିଡି: ଭଦ୍ରକ ଜିଲ୍ଲାରେ ୫ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ କେବଳ ଧାମନଗର ବିଜେପି କବ୍‌ଜାରେ ରହିଛି । ତେଣୁ ୨୦୨୪ ସାଧାରଣ ନିର୍ବାଚନରେ ଦଳ ଅଧାରୁ ଅଧିକ ବିଧାନସଭା କ୍ଷେତ୍ରକୁ ଦଖଲ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ଏହି ମର୍ମରେ ବିଜେପିର ଚାଣକ୍ୟ କୁହାଯାଉଥିବା ଜାତୀୟ ନେତା ଅମିତ ଶାହା ଏବଂ ଜାତୀୟ ସଭାପତି ଜେପି ନଡ୍ଡାଙ୍କ ଗସ୍ତ ଚୂଡ଼ାନ୍ତ ହୋଇଛି ।

    ସେମାନେ ଆସନ୍ତା ଫେବ୍ରୁଆରି ୨୩ରେ ଚାନ୍ଦବାଲି ମୁହାଁ ଘାଟରେ ଓହ୍ଲାଇବେ । ପରେ ଆରଡିର ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିବେ । ପରେ ବିଶାଳ ଜନସମାବେଶରେ ଯୋଗ ଦେବେ । ଉକ୍ତ ସମାବେଶ ୫୦ ହଜାର ଅଧିକ ଲୋକଙ୍କୁ ନେଇ ହେବ ବୋଲି ବିଜେପି ଏଜେଣ୍ଡା କରିଛି । ବୈତରଣୀ ନଦୀକୂଳ ମୁଆଁଘାଟ ନିକଟ ପଡିଆରେ ଏହି ସମାବେଶ ହେବ । ୪ କେନ୍ଦ୍ର ମନ୍ତ୍ରୀ, ଜାତୀୟ ସଭାପତି ଜେ.ପି. ନଡ୍ଡା ଓ ଅମିତ୍‌ ଶାହା ଏଥିରେ ଯୋଗଦେବାର ଯୋଜନା ରହିଥିବା ବିଜେପି ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook