Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଅଧିକ ଆଲୋଭେରା ବ୍ୟବହାର କଲେ ହୋଇପାରେ ଗମ୍ଭୀର ସମସ୍ୟା

    Share on :
    ajab-Image
    Date: Jan 28, 2022    Views: 2417

    ଆଲୋଭେରାର ଅନେକ ଭଲ ଗୁଣ ରହିଛି । ଏହାକୁ ବ୍ୟବହାର କଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ । ଚର୍ମ ସହ ପେଟର ଅନେକ ସମସ୍ୟାରୁ ମୁକ୍ତି ପାଇବେ । ମାତ୍ର ଏହାର ଅତ୍ୟଧିକ ବ୍ୟବହାର କଲେ କେତକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇ ପାରେ । କେତକ ଗମ୍ଭୀର ସମସ୍ୟା ହେବାର ନଜିର ରହିଛି । ଆଲୋଭେରା ଅତ୍ୟଧିକ ବ୍ୟବହାର କଲେ କଣ ଅସୁବିଧା ହେବ ଆସନ୍ତୁ ଜାଣିବା । 

    ଅଧିକ ଆଲୋଭେରା ବ୍ୟବହାର କଲେ ପେଟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଏହାର ଅଧିକ ବ୍ୟବହାର କଲେ ଶରୀରରେ ପୋଟାସିୟମର ମାତ୍ର ବୃଦ୍ଧି ପାଏ । ଏହା ଉଚ୍ଚ ରକ୍ତଚାପ ଏବଂ ହାଇପରଟେନସ୍‌ ଥିବା ବ୍ୟକ୍ତିମାନଙ୍କ ପାଇଁ ବହୁତ ଲାଭ ଦାୟକ । ମାତ୍ର ଅଧିକ ପରୀମାଣରେ ହେଲେ ଏହା କେତକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଇ ପାରେ ।

    ଚର୍ମ ସମସ୍ୟା ପାଇଁ ଆଲୋଭେରା ଅତି ଭଲ । ମାତ୍ର ଅଧିକ ପରିମାଣରେ ଆଲୋଭେରା ବ୍ୟବହାର କଲେ ଚର୍ମର ନମନୀୟତା ଉପରେ ପ୍ରଭାବ ପକାଇଥାଏ । ଏହା ଦ୍ୱାରା କେତକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି ।

    ଏହାକୁ ଅତ୍ୟଧିକ ଖାଇଲେ ଏହା ପାଚନ ତନ୍ତ୍ର ଉପରେ ପ୍ରଭାବ ପକାଇଥାଏ । ଏହାର ଯକୃତ ଉପରେ ପ୍ରଭାବ ପକାଇଥାଏ । ମାତ୍ର ଆଲୋଭେରା ମଣିଷ ସ୍ୱାସ୍ଥ୍ୟ ପାଇଁ ଅତି ଲାଭ ଦାୟୀ । ଏହାକୁ ଉଚିତ୍‌ ମାତ୍ରାରେ ସେବନ କରିବା ଦରକାର । ଡାକ୍ତକଙ୍କ ପରାମର୍ଶ ଅନୁସାରେ ଏହାକୁ ଉଚିତ୍‌ ପରିମାଣରେ ସେବନ କରିବା ଭଲ ।

    Maximum 500 characters

    ବିଶେଷ View all

    Find Us on Facebook