Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗାଜାରେ ଭୟଙ୍କର ଏୟାରଷ୍ଟ୍ରାଇକ,୨୯ ମୃତ

    Share on :
    ajab-Image
    Date: Apr 13, 2024    Views: 4702

    ଗାଜା:  ଇସ୍ରାଏଲ ପୁଣିଥରେ ଗାଜାରେ ଭୟଙ୍କର ଏୟାରଷ୍ଟ୍ରାଇକ କରିଛି । ଏଠାରେ ଗୋଟିଏ ଆବାସିକ ବିଲ୍ଡିଂ ଉପରେ ଏହି ଆକ୍ରମଣ ହୋଇଛି, ଯେଉଁଥିରେ ଅତିକମରେ ୨୯ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଏୟାରଷ୍ଟ୍ରାଇକରେ ୧୨ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି ।

    ସେପଟେ ଇସ୍ରାଏଲ ସୁରକ୍ଷାବାହାନୀ  ଏକ ବିବୃତ୍ତିରେ କହିଛି ଯେ, ଏହାର ବାୟୁସେନା ଗାଜା ଷ୍ଟ୍ରିପରେ ୬୦ରୁ ଅଧିକ ଠିକଣାକୁ ଟାର୍ଗେଟ କରିଛି । ଦକ୍ଷିଣ ଗାଜା ଷ୍ଟ୍ରିପରେ ସ୍ଥିତ ଖାନ ୟୁନିସ୍ ଗଭରନେଟର ଅଲ୍-ବଲାଦ ଏବଂ ଅଲ୍-ଅମଲ ଅଞ୍ଚଳରୁ ୧୩ ଜଣଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି ।
    ତେବେ ଗତବର୍ଷ ଅକ୍ଟୋବରରୁ ଗାଜାରେ ଇସ୍ରାଏଲ ସେନାର ଭୟଙ୍କର ଆକ୍ରମଣ ଜାରି ରହିଥିବା ବେଳେ ଏହାରି ଭିତରେ ଏବେ ଇରାନ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଏନେଇ ଜେରୁଜେଲମରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ କହିଛନ୍ତି ଯେ, ଯଦି ଇରାନ ତାଙ୍କ ଦେଶ ଉପରେ ଆକ୍ରମଣ କରେ ତାହେଲେ ଉଚିତ୍ ଜବାବ ଦିଆଯିବ । ଇରାନ ଇସ୍ରାଏଲ ଉପରେ ସିଧାସଳଖ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଇସ୍ରାଏଲ ମଧ୍ୟ ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛି । ସମ୍ଭାବ୍ୟ ଆକ୍ରମଣର ଜବାବୀ କାର୍ୟ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ସମ୍ପର୍କରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଗୁରୁବାର ଦିନ ଆମେରିକାର ପ୍ରତିରକ୍ଷା ସଚିବ ଲଡ ଅଷ୍ଟିନଙ୍କ ସହ ଫୋନରେ କଥା ହୋଇଥିଲେ । ସେ କହିଥିଲେ, ଇସ୍ରାଏଲ ଅଞ୍ଚଳରେ ପ୍ରତ୍ୟକ୍ଷ ଆକ୍ରମଣ ପାଇଁ ଇରାନକୁ ଉପଯୁକ୍ତ ଜବାବ ଦିଆଯିବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook