Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଏମ୍‌ସରେ ଠିକା କର୍ମଚାରୀ ସଂଘର ଆନ୍ଦୋଳନ

    Share on :
    ajab-Image
    Date: Aug 4, 2022    Views: 3912

    ଭୁବନେଶ୍ୱର  : ଏମ୍‌ସ ସମ୍ମୁଖରେ ଠିକା କର୍ମଚାରୀ ସଂଘର ଧାରଣା । ୧୦ ଦଫା ଦାବି ନେଇ ଧାରଣାରେ ବସିଲେ ଚତୁର୍ଥ ଶ୍ରେଣୀ ବର୍ଗର କର୍ମଚାରୀ ।

    ଖବର ଅନୁଯାୟୀ, ଶ୍ରମିକ ଛଟେଇ ବନ୍ଦ କରାଯାଉ, ଶ୍ରମିକ ମାନଙ୍କ ପାଖରୁ ୭୫୦ ଟଙ୍କା କାଟି ନିଆଯାଉଥିବା ବେଳେ ଯଥାଶୀଘ୍ର ତାହା ଫେରାଇ ଦିଆଯାଉ । ଶ୍ରମିକ ମାନଙ୍କୁ ସାଲେରି ସ୍ଲିପ, ଇଏସଆଇ , ଏପିଏଫ୍ ସହ ବୋନସ ସୁବିଧାରେ ସାମିଲ୍ ଆଦି ପ୍ରମୁଖ ଦାବୀ ନେଇ ଧାରଣାରେ ବସିଛନ୍ତି କର୍ମଚାରୀ ।

    ଅନ୍ୟପଟେ ଲିଖିତ ପ୍ରତିଶ୍ରୁତି ସହ ଆଶ୍ୱାସନା ଦେଇଛନ୍ତି ହସ୍ପିଟାଲ କତୁର୍ପକ୍ଷ। ତେବେ କେତେଦୂର ସେମାନଙ୍କ ଦାବି ପୂରଣ ହେଉଛି । ସେନେଇ ଦ୍ବନ୍ଦରେ ଠିକା କର୍ମଚାରୀ ଥିବା କହିଛନ୍ତି । ଯଦି ଦାବି ପୂରଣ ନ ହୁଏ ତେବେ ଆଗାମୀ ଦିନରେ ପୁନର୍ବାର ଧାରଣା ଜୋର୍ ଧରିବ ବୋଲି ଚେତାବନୀ ଦେଇଛି ସଂଘ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook