Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ଓଡ଼ିଶାର କୃଷି

    Share on :
    ajab-Image
    Date: Jun 6, 2022    Views: 3551

    ଓଡ଼ିଶା ଏକ କୃଷି ପ୍ରଧାନ ରାଷ୍ଟ୍ର । ଓଡ଼ିଶାର ରାଜନୈତିକ ବ୍ୟକ୍ତିବିଶେଷ, ଅମଲାତନ୍ତ୍ର ଏବଂ ନେତୃବର୍ଗ ଓଡ଼ିଶା ଏକ ଅନୁନ୍ନତ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ରାଜ୍ୟ ବୋଲି କହିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ବାସ୍ତବ କ୍ଷେତ୍ରରେ ଓଡ଼ିଶା ଖଣିଜ ସମ୍ପଦରେ ଭରପୂର, ଜଙ୍ଗଲ ଓ ଜଙ୍ଗଲଜାତ ପଦାର୍ଥରେ ପରିପୂର୍ଣ୍ଣ ତଥା ଜଳ ସମ୍ପଦରେ ଧନୀ ରାଜ୍ୟ । ଏହାର ଜଳ ସମ୍ପଦ କୌଣସି ପ୍ରକାର ଆନ୍ତଃ ରାଜ୍ୟ ଜଳବିବାଦରେ ଜଡ଼ିତ ନୁହେଁ । ଏହାର ଅଧିକାଂଶ ନଦୀ ପର୍ବତ ଶିଖରରୁ ବାହାରି ରାଜ୍ୟ ମଧ୍ୟରେ ହିଁ ଗତି କରି ସମୁଦ୍ରରେ ପଡ଼ିଥାଏ । ସୁତରାଂ ରାଜ୍ୟର ଭୌଗୋଳିକ ପରିବେଶ ମଧ୍ୟ ଆଦର୍ଶ ସ୍ଥାନୀୟ ।

    ରାଜ୍ୟର ଅର୍ଥନୈତିକ ଉନ୍ନତିର ପ୍ରଥମ ସୋପାନ ହେବ କୃଷି ଉପôାଦନ । ଏହାଦ୍ୱାରା ସମସ୍ତ ରାଜ୍ୟବାସୀଙ୍କର ଅଭୁ୍ୟଦୟ ସମ୍ଭବ । କୃଷକ ତା’ର କୃଷି କ୍ଷେତ୍ରରୁ ଟଙ୍କା ଉପôାଦନ କରିପାରିବ । ଜଣେ କୃଷକ ତା’ର ସମସ୍ତ ଆବଶ୍ୟକତା କାରଖାନା ଏବଂ ବ୍ୟବସାୟ ସଂସ୍ଥାଗୁଡ଼ିକରୁ କିଣିବ ତା’ ଫଳରେ କାରଖାନା ଓ ବ୍ୟବସାୟିକ ସଂସ୍ଥା ମଧ୍ୟ ଉନ୍ନତି କରିପାରିବ । 
    କୃଷକ ଖରାବର୍ଷା ସହି ତା’ର କୃଷି କ୍ଷେତ୍ରରେ ମୁଣ୍ଡ ଝାଳ ତୁଣ୍ଡରେ ମାରି କାମ କରିଯାଏ । କିନ୍ତୁ ତା’ର ଉପôାଦନ ପାଇଁ ସେ ଅନୂ୍ୟନତମ ମୂଲ୍ୟ ମଧ୍ୟ ପାଇପାରେ ନାହିଁ । ଏହିଠାରୁ ହିଁ ସମସ୍ୟାର ଅୟମାରମ୍ଭ ହୁଏ । ସମସ୍ତେ ଚାହାନ୍ତି ପରିଶ୍ରମ କରି କେମିତି ସହଜରେ ଅର୍ଥ ଲାଭ କରିପାରିବେ । ଗୋଟିଏ ଭଲ ସରକାରର ଦାୟିତ୍ୱ ହେଲା ଏଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯେପରି ଦିଆନଯାଏ । ଯଦି କୃଷିକ୍ଷେତ୍ରକୁ ଅବହେଳା କରନ୍ତି ତେବେ ବେକାର ସମସ୍ୟାର ସମାଧାନ ମୋଟେ ସମ୍ଭବ ନୁହେଁ । 

    ସରକାର ରିହାତି ମୂଲ୍ୟରେ ଧାନ ବା ଗହମ ଯୋଗାଇ ଦେବା ହେତୁ ଚାଷୀ ନିରାଶ ହୋଇ ତା’ର ଉପôାଦିତ ଖାଦ୍ୟ ଶସ୍ୟ କମ ଦାମରେ ବିକ୍ରି କରି ଦେଇଥାଏ । ଫଳରେ ଖାଦ୍ୟଶସ୍ୟ ବଜାର ମାନ୍ଦା ହୁଏ ଏବଂ ଏହି ପରିସ୍ଥିତି କଳାବଜାରୀ ମୁନାଫାଖୋରୀ ବ୍ୟବସାୟୀମାନଙ୍କୁ ବେଶ ସୁହାଏ । ସେମାନେ ପରିସ୍ଥିତିର ଫାଇଦା ଉଠାଇ ଥା’ନ୍ତି । ସରକାର ଅବଶ୍ୟ ଗରୀବ ଲୋକମାନଙ୍କୁ ସାହାଯ୍ୟ କରିବା ଉଚିତ । ସେମାନଙ୍କୁ ଷ୍ଟାଇପେଣ୍ଡ, ପେନସନ ଆକାରରେ, ମାସିକ ଭତ୍ତା ଆକାରରେ ଆର୍ଥିକ ସହାୟତା ଦେଇ ତାହା କରାଯାଇପାରେ । ସମସ୍ତେ କିନ୍ତୁ ଖୋଲା ବଜାରରୁ ଖାଦ୍ୟ ଶସ୍ୟ କିଣିବା ଉଚିତ ।

     ଓଡ଼ିଶା ଗୋଟିଏ କୃଷି ପ୍ରଧାନ ରାଜ୍ୟ ବୋଲି କୁହାଯାଉଥିଲେ ମଧ୍ୟ ଆଳୁ, ପିଆଜ, ତେଲ ବିଭିନ୍ନ ପ୍ରକାରର ଡ଼ାଲି, ଆମ୍ବ, କଦଳୀ, ସେଓ, ଲେମ୍ବୁ ପ୍ରଭୃତି  ଓଡ଼ିଶା ବାହାରୁ ଅନ୍ୟାନ୍ୟ ରାଜ୍ୟରୁ ଆମଦାନୀ କରାଯାଉଛି । ଆମ ରାଜ୍ୟରେ ନଦୀ, ଝରଣା ପୋଖରୀ ଥାଉଁ ଥାଉଁ ଆନ୍ଧ୍ର ପ୍ରଦେଶରୁ ମାଛ ଆମଦାନୀ କରାଯାଉଛି । ସାମାନ୍ୟ କାରିଗରୀ ତାଲିମ ଦେଇ ନପାରି ଅନ୍ୟାନ୍ୟ ରାଜ୍ୟରୁ କୁଶଳୀ କାରିଗରମାନଙ୍କୁ ଓଡ଼ିଶା ଅଣାଯାଇଥାଏ ।ଓଡ଼ିଶାରୁ ପନିପାରିବା, ଫଳ, ତେଲ ମଞ୍ଜି, ଡ଼ାଲି ଜାତୀୟ ଶସ୍ୟ, ମାଛ, ଅଣ୍ଡା ପ୍ରଭୃତି ଅନ୍ୟ ରାଜ୍ୟକୁ ରପ୍ତାନୀ କରିପାରିବାର କ୍ଷମତା ରହିଛି । ଏହାର ବାଣିଜ୍ୟ ଏବଂ ପରିବହନ ଫଳରେ ବହୁ ଲୋକଙ୍କର କର୍ମ ସଂସ୍ଥାନ କରାଯାଇପାରିବାର ନୀତି ହେବା ଉଚିତ । ଏବେ ଓଡ଼ିଶା ସରକାରଙ୍କର ବିଭିନ୍ନ କୃଷି ଋଣ ଓ ବିଭିନ୍ନ ସାହାର୍ଯ୍ୟ ସହଯୋଗ ହେତୁ ଓଡ଼ିଶା କୃଷିରେ ବହୁତ ସୁଧାର ଆଣିଦେଇଛି ।  

    Maximum 500 characters

    ଆମ ସମସ୍ୟା View all

    Find Us on Facebook