Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ମହିଳା ମୃତ

    Share on :
    ajab-Image
    Date: Nov 23, 2022    Views: 3479

    ସୋନପୁର: ଆଜି ସକାଳେ  ସୁବର୍ଣ୍ଣପୁର ଜିଲ୍ଲା କଳାପଥର ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣା ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।  ମୃତ ମହିଳା ଜଣଙ୍କ ହେଲେ ପୁଷ୍ପାଞ୍ଜଳି ବାଘ। ସ୍ୱାମୀ ଗିରିଧାରୀ ବାଘଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ସ୍ୱାମୀସ୍ତ୍ରୀଙ୍କ ଘର ଖୁଜେନଲପାଲିରେ ବୋଲି ଜଣାଯାଇଛି।
    ଆଜି ସକାଳେ ଗିରିଧାରୀ  ଓ ତାଙ୍କ ସ୍ତ୍ରୀ  ବାଇକ୍‌ରେ  ଖୁଜେନଲପାଲିରୁ ବାହାରି ସୋନପୁର ସହରର ଏକ ମନ୍ଦିରକୁ ଆସୁଥିଲେ। ଏହି ସମୟରେ କଳାପଥର ଛକ ନିକଟରେ ଏକ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ପୁଷ୍ପାଞ୍ଜଳିଙ୍କର ମୃତ୍ୟୁ ହୋଇଥିବା ବେଳେ ଗିରିଧାରୀ ଗୁରୁତର ଆହତ ହୋଇଥିଲେ। ପୁଲିସ ପହଞ୍ଚି ଆମ୍ବୁଲାନ୍ସରେ ଗିରିଧାରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହାସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ।ପୁଲିସ ଦୁର୍ଘଟଣାଗସ୍ତ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook