Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୟୁସୁଫ ପଠାନଙ୍କୁ କରୋନା

    Share on :
    ajab-Image
    Date: Mar 28, 2021    Views: 4227

    ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ସଦସ୍ୟ ୟୁସୁଫ ପଠାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଟ୍ୱିଟ୍‌ କରି କହିଥିଲେ, ମୁଁ ଆଜି କୋଭିଡ୍‌-୧୮ ପଜିଟିଭ୍ ଚିହ୍ନଟ ହୋଇଛି। ମୋ ପାଖରେ ସାମାନ୍ୟ ଲକ୍ଷଣ ରହିଛି। ଏହା ସ୍ପଷ୍ଟ ହୋଇଯିବା ପରେ ମୁଁ ଘରେ ଆଇସୋଲେସନ୍‌ରେ ରହିଛି ଓ ଆବଶ୍ୟକ ସମସ୍ତ ସତର୍କତାମୂଳକ ପଦକ୍ଷେପ ଆପଣାଇଛି। ତା’ସହିତ ଆବଶ୍ୟକ ଔଷଧ ଗ୍ରହଣ କରୁଛି।’ ଏହା ସହିତ ୟୁସୁଫ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଯଥାଶୀଘ୍ର କରୋନା ଟେଷ୍ଟ୍ କରାଇ ନେବା ପାଇଁ ପରାମର୍ଶ ଦେଇଛନ୍ତି।
    ୟୁସୁଫ ପଠାନଙ୍କ ପୂର୍ବରୁ ଗତକାଲି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏନେଇ ସେ ଗତକାଲି ସକାଳେ ଟ୍ୱିଟ୍ କରି କହିଥିଲେ। ତେବେ ତାଙ୍କ ଘରେ ଅନ୍ୟ ସମସ୍ତ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍ ଆସିଛି।

     

    Maximum 500 characters

    ଖେଳ ଖବର View all

    Find Us on Facebook