Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କବାଟ ଖୋଲୁ ଖୋଲୁ ଚାଲିଗଲା ଯୁବକଙ୍କ ଜୀବନ

    Share on :
    ajab-Image
    Date: Sep 18, 2023    Views: 3065

    ବେତନଟୀ : ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବେତନଟୀ ବ୍ଲକ ଅଧୀନ ଗଡ଼ଗଡିଆ ଗାଁର ସ୍ବର୍ଗତ ଲୁନ୍ଦ୍ରା ଟୁଡୁଙ୍କ ପୁତ୍ର ଦମନ(୩୫)ର ମୃତ୍ୟୁ ଘଟିଛି। ଦମନଙ୍କ ଅକାଳ ବିୟୋଗରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଦମନ ଘର ବାହାରକୁ ଯାଇଥିବାବେଳେ ଫେରି ଆସି ଘର ସମ୍ମଖରେ ଥିବା କବାଟକୁ ଖୋଲୁ ଖୋଲୁ ପୂର୍ବରୁ ସର୍ଟସର୍କିଟ ବଶତଃ ଚାର୍ଜ ହୋଇଯାଥିବା ଦ୍ୱାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ସେ ଘଟଣାସ୍ଥଳରେ ବିଦ୍ୟୁତ ଆଘାତ ପାଇ ଗୁରୁତର ହୋଇପଡିଥିଲେ। ପରିବାର ଓ ପଡ଼ିଶା ଲୋକ ତାଙ୍କୁ ଅଟୋ ଯୋଗେ ସଙ୍ଗେ ସଙ୍ଗେ ବେତନଟୀ ଡାକ୍ତରଖାନାକୁ ନେଇଯାଇଥିଲେ ହେଁ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୩୫/୨୩ନଂ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବକୁ ବ୍ୟବଚ୍ଛେଦ ନିମିତ୍ତ ବାରିପଦା ଡାକ୍ତରଖାନାକୁ ପଠାଇଛନ୍ତି। 

    Maximum 500 characters

    ତାଜା ଖବର View all

    Find Us on Facebook