Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସୁନିଦ୍ରା ପାଇଁ ବାଳାସନ

    Share on :
    ajab-Image
    Date: Jul 7, 2025    Views: 11152

    ଉତ୍କଣ୍ଠା ଏବଂ ଅବସାଦ ଅନୁଭବ ହେଉଛି କି? ରାତିରେ ନିଦ ମଧ୍ୟ ହେଉ ନାହିଁ? ସୁନିଦ୍ରା ପାଇଁ ଡାକ୍ତରୀ ଔଷଧ ସେବନ ପାଇଁ ଯଦି ଚିନ୍ତା କରୁଥାନ୍ତି ତେବେ ରହିଯାଆନ୍ତୁ। ଔଷଧ ଖାଇବା ପୂର୍ବରୁ ପ୍ରତିଦିନ ୫ ରୁ ୧୦ ମିନିଟ୍‌ ବାଳାସନର ଅଭ୍ୟାସ କରନ୍ତୁ। ଏହି ଆସନ ଆପଣଙ୍କୁ ସୁନିଦ୍ରା ସହ ଅବସାଦରୁ ମଧ୍ୟ ଦୂରରେ ରଖିବ।

    କିପରି କରିବେ ବାଳାସନ: ଚଟାଣରେ ଆଣ୍ଠେଇବା ପରି ବସି ରୁହନ୍ତୁ। ଦୁଇ ହାତକୁ ପାଦର ଦୁଇ ପାଖରେ ଖୋଲା କରି ରଖନ୍ତୁ। ଧୀରେ ଧୀରେ ମୁଣ୍ଡକୁ ଆଗକୁ ଝୁକାଇ ତଳେ ମୁଣ୍ଡକୁ ଲଗାନ୍ତୁ। ଏହି ସ୍ଥିତିରେ ଅତିକମ୍‌ରେ ୫ ମିନିଟ୍‌ ପର୍ୟ୍ୟନ୍ତ ରୁହନ୍ତୁ। ଏହି ଆସନରେ ଥିବା ସମୟରେ ଆଖି ବନ୍ଦ ରଖିବେ ଏବଂ ସ୍ୱାଭାବିକ ଶ୍ୱାସକ୍ରିୟା ଜାରି ରଖିବେ।

    ଏହି ଆସନକୁ ଆପଣ ଶୋଇବାକୁ ଯିବା ପୂର୍ବରୁ କରିପାରିବେ। ଯଦି ବିଳମ୍ବିତ ରାତିରେ ନିଦ ଭାଙ୍ଗିଯାଏ ଏବଂ ନିଦ ନ ହୁଏ, ତେବେ ବିଛଣାରେ ପୁନର୍ବାର ଏହି ଆସନ କରିପାରିବେ।

    Maximum 500 characters

    ବିଶେଷ View all

    Find Us on Facebook