Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ନିୟମିତ ଯୋଗ କରିବା ଦ୍ୱାରା ଦୂର ହୁଏ ଏହି ସମସ୍ତ ମାରାତ୍ମକ ରୋଗ

    Share on :
    ajab-Image
    Date: Jun 21, 2022    Views: 2839

    ଭୁବନେଶ୍ୱର: ଭାରତରେ ଯୋଗର ଇତିହାସ ଅତ୍ୟନ୍ତ ପ୍ରାଚୀନ। ସେଥିପାଇଁ ଅନେକ ବ୍ୟକ୍ତି ନିଜର ଯୋଗାଭ୍ୟାସକୁ ଶତାବ୍ଦୀ ଧରି ବଜାୟ ରଖିଛନ୍ତି। କିଛି ଲୋକ ନିଜର ଦୈନନ୍ଦିନ କାର୍ଯ୍ୟରେ ମଧ୍ୟ ଏହି ଯୋଗାନାସ ଅନ୍ତର୍ଭୁକ୍ତ କରିଥାଆନ୍ତି ଶାରିରୀକ ଲାଭ ପାଇବା ପାଇଁ। ଯୋଗ କେବଳ ମାନସିକ ସ୍ତରରେ ନୁହେଁ ଶାରିରୀକ ଶାନ୍ତି ମଧ୍ୟ ଦେଇଥାଏ। ଯୋଗାସନର ଅଭ୍ୟାସ ମଧ୍ୟ ଅନେକ ପ୍ରକାରର ଶାରୀରିକ ସ୍ୱାସ୍ଥ୍ୟ ସମସ୍ୟାରେ ଉପକାରୀ ବୋଲି ଜଣାପଡିଛି। ଏହା ଅଧ୍ୟୟନରୁ ଜଣାପଡିଛି ଯେ ଯୋଗକୁ ଆପଣଙ୍କର ଦୈନନ୍ଦିନ କାର୍ଯ୍ୟର ଏକ ଅଂଶ କରି ଆପଣ ଅତି କମରେ ୨୦ ଟି ରୋଗର ଆଶଙ୍କା ହ୍ରାସ କରିପାରିବେ।

    ଯୋଗ ଆପଣଙ୍କ ମନୋବଳକୁ ବଢ଼ାଇ ଥାଏ ଏବଂ ଉଦାସୀନତା ଓ ଚିନ୍ତା ମଧ୍ୟ କମାଇଥାଏ। ହାର୍ଟ-ଫୁସଫୁସ ଜନିତ ରୋଗ ଏବଂ ରକ୍ତଚାପ ଦୂର କରିବା ସହିତ ଅନେକ ଶାରୀରିକ ସମସ୍ୟାର ଆଶଙ୍କା ମଧ୍ୟ କମାଇଥାଏ। ସବୁଠାରୁ ବଡ଼ କଥା ହେଉଛି ଏହା ମାନସିକ ସ୍ବାସ୍ଥ୍ୟ ଠିକ୍ ରଖିଥାଏ।

    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଆପଣ ନିଜ ଜୀବନରେ ପ୍ରତିଦିନ ଯୋଗ କରିବା ଦ୍ୱାରା ଆପଣ ନିଜର ଜୀବନର ନିଷ୍ପତ୍ତି ନେବା ପାଇଁ ମଧ୍ୟ ସକ୍ଷମ ହୋଇଥାଆନ୍ତି। ବର୍ତ୍ତମାନ ଅନେକ ଲୋକ ମାନସିକ ରୋଗର ଶିକାର ହେଉଛନ୍ତି। ଯାହାର ମୁଖ୍ୟ କାରଣ ହେଉଛି ଆଜିର ଲାଇଫ ଷ୍ଟାଇଲ। କିଛି ଲୋକ ଏତେ ମାତ୍ରାରେ ଆଧୁନିକ ଜୀବନ ଶୈଳୀ ପ୍ରତି ପ୍ରଭାବିତ ହୋଇଛନ୍ତି ଯେ ସେମାନେ ପ୍ରାକୃତିକ ପରିବେଶ ଠାରୁ ମଧ୍ୟ ଦୂରେଇ ରହିବା ପଛାଉ ନାହାଁନ୍ତି।

    ତେବେ ଯୋଗ ଅଭ୍ୟାସ କରିବାର ଅଭ୍ୟାସ ଆପଣଙ୍କୁ ସକ୍ରିୟ ରଖିଥାଏ ଏବଂ ସମସ୍ତ ସମସ୍ୟାରୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ। ଏହି କ୍ରମରେ, ବିଶ୍ୱ ସ୍ତରରେ ଯୋଗ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ଯୋଗ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଜୁନ୍ ୨୧ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ ।

    ପ୍ରତିଦିନ ଯୋଗ ଉଚ୍ଚ ରକ୍ତଚାପ, ମେଦବହୁଳତା ହ୍ରାସ କରିବାରେ ପ୍ରଭାବଶାଳୀ ହୋଇଥାଏ। ଏହା ସହିତ ହୃଦ୍ ରୋଗଠାରୁ ଆରମ୍ଭ କରି ମଧୁମେହ, ଲୋ ବ୍ଲଡ ପ୍ରେସର୍, ଥଣ୍ଡା ଜ୍ବର, ଅଣ୍ଠୁଗଣ୍ଠି ବ୍ୟଥା, ପେଟ ରୋଗ, ଋତୁସ୍ରାବ ସମସ୍ୟା ଦୂର କରିବା, ଚର୍ମ ରୋଗ, ଗ୍ୟାସ୍, ବଡ଼ି ପୋଶ୍ଚର୍ ଠିକ୍ କରିବାରେ ସାହାଯ୍ୟ କରେ ଯୋଗ। ଏହା ଛଡ଼ା ଆହୁରି ମଧ୍ୟ ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁମାନେ ନିୟମିତ ଭାବରେ ଯୋଗ ଅଭ୍ୟାସ କରନ୍ତି ସେମାନଙ୍କ ମଧ୍ୟରେ ଅନ୍ୟ ଲୋକଙ୍କ ତୁଳନାରେ ମୋଟାପଣର ଆଶଙ୍କା କମ୍ ଥାଏ।

    ୨୦୧୧ ରେ, ରକ୍ତଚାପ ଉପରେ ଯୋଗ ଦ୍ଵାରା ରୋଗ ହ୍ରାସ ଉପରେ ଏକ ଅଧ୍ୟୟନ କରାଯାଇଥିଲା। ଅନୁସନ୍ଧାନକାରୀମାନେ ଉଚ୍ଚ ରକ୍ତଚାପ ଥିବା ଲୋକଙ୍କୁ ଦୁଇ ଗୋଷ୍ଠୀରେ ବିଭକ୍ତ କଲେ। ଗୋଟିଏ ଗୋଷ୍ଠୀର ୧୨ ଦିନ ପାଇଁ ଦୈନନ୍ଦିନ କାର୍ଯ୍ୟରେ ଯୋଗ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଆଯାଇଥିଲା ଯେତେବେଳେ ଅନ୍ୟ ଗୋଷ୍ଠୀର ଖାଦ୍ୟ ପରିବର୍ତ୍ତନ କରାଯାଇଥିଲା। ତେବେ ଜ୍ଞାନିକମାନେ କହିଛନ୍ତି ଯେ ଯେଉଁମାନେ ଯୋଗ କରୁଥିଲେ ତାଙ୍କ ରକ୍ତଚାପ ନିୟନ୍ତ୍ରଣ ହୋଇଥିଲା। ଅନ୍ୟମାନଙ୍କର କିନ୍ତୁ ହୋଇ ନଥିଲା।

    କେବଳ ଉଚ୍ଚ ରକ୍ତ ଚାପ ନୁହେଁ ଆହୁରି ମଧ୍ୟ ଅନେକ ରୋଗର ପରୀକ୍ଷା କରାଯାଇଥିଲା। କିନ୍ତୁ ଯୋଗ କରୁଥିବା ବ୍ୟକ୍ତିଙ୍କର ସ୍ଵାସ୍ଥ୍ୟ ସମସ୍ୟା ନ ଯୋଗ
    କରୁଥିବା ବ୍ୟକ୍ତିଙ୍କ ଠାରୁ ଠିକ୍ ଥିଲା। ଏହାକୁ ବୈଜ୍ଞାନିକ ମାନେ ପ୍ରମାଣିତ କରିଛନ୍ତି ଯେ ଯୋଗାଭ୍ୟାସ କରିବା ଦ୍ୱାରା ଅନେକ ପ୍ରକାର ରୋଗ ଦୂରେଇ ଯାଇ ଥାଏ। ତେଣୁ ପ୍ରତ୍ୟେକ ଦିନ ଆପଣ ନିଜ ଜୀବନରେ ସକାଳ ସମୟରେ ଯୋଗ କରିବା ଦରକାର୍। ତେଣୁ ଆପଣ ପ୍ରାୟ ସବୁ ପ୍ରକାର ଯୋଗ କରି ପାରିବେ।

    Maximum 500 characters

    ବିଶେଷ View all

    Find Us on Facebook