Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କରୋନା ଦାଉରୁ ରକ୍ଷା କରିବ ଏହି ଯୋଗ,ବଢାଇବ ରୋଗପ୍ରତିରୋଧକ ଶକ୍ତି

    Share on :
    ajab-Image
    Date: Jun 19, 2021    Views: 4225

    ପ୍ରାଣଘାତୀ କରୋନାର ଭୟଙ୍କର ପଞ୍ଝାରୁ ବଞ୍ଚିବା ପାଇଁ ସମସ୍ତେ ଚେଷ୍ଠା ଜାରି ରଖିଛନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ଅନେକ ଉପାୟ ଅବଲମ୍ବନ କରୁଛନ୍ତି । କୋଭିଡ୍ ଗାଇଡ ଲାଇନ୍ ମାନିବା ସହିତ ଏମିତି କିଛି ଯୋଗ ଅଛି ଯାହା କରିବା ଦ୍ୱାରା ଆପଣଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ପ୍ରଚୁର ପରିମାଣରେ ବଢିବା ସହିତ କରୋନା ଭାଇରସକୁ ରୋକିବାରେ ସାହାଯ୍ୟ କରିଥାଏ । ଏହି ଭାଇରସ ଫୁସଫୁସକୁ ଶୀଘ୍ର ନଷ୍ଟ କରିଥାଏ । ତେଣୁ ଆମକୁ ଅକ୍ସିଜେନ ଉପରେ ଧ୍ୟାନ ଦେବାକୁ ପଡିଥାଏ । ଶ୍ୱସନ ପ୍ରକ୍ରିୟାକୁ ଦୃଢ କରିବା ପାଇଁ ଶ୍ୱସ୍ତିକ ଆସନ ଫଳପ୍ରଦ ହୋଇଥାଏ । ଏହାକୁ ସବୁ ବୟସ ବର୍ଗର ଲୋକମାନେ କରିପାରିବେ । ଏହାକୁ କରିବା ପାଇଁ ପ୍ରଥମେ ପିଠି ମାଡି ଶୋଇ ଯାଆନ୍ତୁ ।  ହାତ ଦୁଇଟିକୁ ଜଙ୍ଘର ଦୁଇ ପାଶ୍ୱର୍ରେ ରଖନ୍ତୁ ।  ଶ୍ୱାସ ନେଇ ଧିରେ ଧିରେ ଦୁଇ ହତକୁ ଉପରକୁ ଉଠାଇବା ସହିତ ଦୁଇ ବଳା ଗଣ୍ଠିକୁ ଷ୍ଟ୍ରେଚ୍ କରନ୍ତୁ ।  ଯେପରିକି ଆପଣଙ୍କୁ ଲାଗିବ ଦୁଇ ହାତକୁ ବିପରୀତ ଦିଗରୁ କେହି ଟାଣିଲା ଭଳି । ଏପରି କରିବା ଦ୍ୱାରା ପରା ହାଡ ମଧ୍ୟ ଷ୍ଟ୍ରେଚ ହୋଇଯାଏ । ବାୟୁ କୋଷିକା ଗୁଡିକ ଖୋଲିଯାଏ । ଅଧିକ ଅଧିକ ଅକ୍ସିଜେନ ଶରୀରକୁ ପ୍ରବେଶ କରେ । ଏହି ଭାଇରସ ପାଚନ ତନ୍ତ୍ରକୁ ମଧ୍ୟ କ୍ଷତି କରିଥାଏ, ତେବେ ଏଥିପାଇଁ ପବନମୁକ୍ତ ଆସନ କରିବା ଉଚିତ୍ । ଏହାକୁ କରିବା ପାଇଁ ପିଠିମାଡି ଶୋଇ ଡାହାଣ ଗୋଡକୁ ଅଳ୍ପ ଉପରକୁ ଟେକି, ଦୁଇ ହାତର ଆଙ୍ଗୁଳି ଛନ୍ଦି ଡାହଣ ଗୋଡ ଆଣ୍ଠୁକୁ ଧରନ୍ତୁ । ଶ୍ୱାସ ନେଇ ଛାଡିବା ପରେ ବେକ ଉଠାଇ ଆଣ୍ଠୁରେ ଲଗାନ୍ତୁ । ଏହପରେ ଶ୍ୱାସ ନେଇ ଛାଡି ପୂର୍ବ ଅବସ୍ଥାକୁ ଫେରି ଆସନ୍ତୁ । ଏବେ ଏପରି ବାମ ଗୋଡରେ କରନ୍ତୁ । ଏହାପରେ ଦୁଇଟି ଗୋଡରେ ଏକା ସାଙ୍ଗରେ କରନ୍ତୁ । ଏହା କରିବା ଦ୍ୱାରା ପାଚନ ତନ୍ତ୍ର ସୁଦୃଢ ହୋଇଥାଏ ।  

    Maximum 500 characters

    ବିଶେଷ View all

    Find Us on Facebook