Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ବଡ ଦିନରେ ବନାନ୍ତୁ ଏହି ଫ୍ଲେଭରର କେକ୍

    Share on :
    ajab-Image
    Date: Dec 13, 2022    Views: 3177

    ଭୁବଡେ଼ଶ୍ୱର : ଡ଼ିସେମ୍ବର ୨୫ ତାରିଖରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ହୋଇଥିଲା  । ଏହି ଖୁସିରେ ପୁରା ଭାରତ ସମେତ ବିଶ୍ୱରେ ଏହାକୁ ଖ୍ରୀଷ୍ଟମାସ ଡେ଼’ ରୂପେ ପାଳନ କରାଯାଏ  । ଏଥିପାଇଁ ଲୋକମାନେ ଘରକୁ ସୁନ୍ଦର ଭାବେ ସଜାଇଥାନ୍ତି । ଏହି ଦିନରେ ଘରେଘରେ ଲୋକେ ବିଭିନ୍ନ ପ୍ରକାରର ମିଠା ଓ କେକ୍ ମଧ୍ୟ ତିଆରି କରନ୍ତି  । ତେବେ ଏହି ବିଶେଷ ଦିନରେ କେଉଁ କେଉଁ ଫ୍ଲେଭରର କେକ୍ ତିଆରି କରିବେ ଆସନ୍ତୁ ଜାଣିବା  । 


    ଚକୋଲେଟ କେକ୍: ଚକୋଲେଟ କେକ ଆଜିକାଲି ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ପସନ୍ଦ  । ଆପଣ ଖ୍ରୀଷ୍ଟମାସ ଅବସରରେ ଏହି କେକ୍କୁ କେକ୍ ପାଉଡ଼ର ଏବଂ ଚକୋ ଚିପ୍ସ ସହାୟତାରେ ଘରେ ବେଶ ସହଜରେ ତିଆରି କରିପାରିବେ  ।

    ଟୁଟି ଫ୍ରୁଟି କେକ୍: ଏହି କେକ୍ କୁ ଆପଣ ଖୁବ ସହଜରେ ଘରେ ପ୍ରସ୍ତୁତ କରିପାରିବେ  । ମଇଦା, କ୍ଷୀର,ଚିନି,ତେଲ ଏବଂ ଟୁଟି ଫ୍ରୁଟି ମିଶାଇ ଏହି କେକ୍ ତିଆରି ହୁଏ  । ଏହା ଖାଇବା ପାଇଁ ଯେତିକି ସ୍ୱାଦିଷ୍ଟ ଏହାକୁ ବନାଇବା ମଧ୍ୟ ସେତିକି ସହଜ  ।

    ଜାଗେରି କେକ୍: ଯଦି ଆପଣଙ୍କ ଘରେ କେହି ବୟସ୍କ ଲୋକ ବା ଡ଼ାଇବେଟିସ ରୋଗୀ ଥାଆନ୍ତି ତେବେ ଖ୍ରୀଷ୍ଟମାସ ଅବସରରେ ଏହି କେକ୍କୁ ଆପଣ ସେମାନଙ୍କ ପାଇଁ ତିଆରି କରିପାରିବେ । ଏହି କେକ୍ ଟି ସାଧାରଣତଃ ଗୁଡ଼ରେ ତିଆରି ହୁଏ, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ  । 

    ବାନାନା ଫ୍ଲେବର କେକ୍: କଦଳୀରେ କେକ୍ ତିଆରି କରିବା ମଧ୍ୟ ବହୁତ ସହଜ  । ଏହି କେକ୍ରେ ଅଟାର ବ୍ୟବହାର ହୁଏ  । ଏହି କାରଣ ଯୋଗୁଁ ଏହା ସମସ୍ତଙ୍କ ପାଇଁ, ଖାସ୍ କରି ପିଲାଙ୍କ ପାଇଁ ବେଶ ସ୍ୱାସ୍ଥ୍ୟକର  । 

    ୱାଲନଟ କେକ୍: ୱାଲନଟ ବା ଅଖରୋଟ କେକ୍ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ଏବଂ ସ୍ୱାଦିଷ୍ଟ ବୋଲି କୁହାଯାଏ  । ଏଥିରେ ବହୁପରିମାଣର ଅଖରୋଟ ରହିଥାଏ ଯାହା ଶରୀର ପାଇଁ ଅଧିକ ଲାଭଦାୟକ ଅଟେ  ।

    Maximum 500 characters

    ଘରକରଣ View all

    Find Us on Facebook