Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଖ୍ରୀଷ୍ଟମାସରେ ପିଲାଙ୍କୁ ଦିଅନ୍ତୁ ଏହି ଉପହାର, ପିଲା ହୋଇଯିବେ ଖୁସି

    Share on :
    ajab-Image
    Date: Dec 17, 2022    Views: 3696


    ଭୁବନେଶ୍ୱର : ବଡ ଦିନ ଆସିଲେ ସବୁଠି ଉତ୍ସବର ମାହୋଲ । ବଡଦିନରେ ଖୁସିର ସହ ସମସ୍ତେ ସମୟ ବିତାଇଥାନ୍ତି । ପିଲାଠୁ ବୟସ୍କ ସମସ୍ତେ ଏହି ଦିନକୁ ଅପେକ୍ଷା କରିଥାନ୍ତି । ଏହି ପର୍ବରେ ବଡମାନେ ସାନମାନଙ୍କୁ ମନପସନ୍ଦର ଉପହାର ଦେଇଥାନ୍ତି । ତେଣୁ ଆସନ୍ତୁ ଜାଣିବା କିପରି ଏହି ଖ୍ରଷ୍ଟମାସକୁ ନିଜ ପିଲାମାନଙ୍କ ପାଇଁ ସ୍ମରଣୀୟ କରିବେ ଓ ପିଲାମାନଙ୍କୁ  କେଉଁ ସବୁ ଉପହାର ଦେଲେ, ସେମାନେ ଖୁସି ହୋଇଯିବେ । 

    ରାତ୍ରିଭୋଜନ : ନିଜ ପିଲାମାନଙ୍କୁ ପରିବାର ସହ ରାତ୍ରଭୋଜନ ପାଇଁ ନିଅନ୍ତୁ । ସେମାନଙ୍କ ମନ ପସନ୍ଦର ଖାଦ୍ୟ ଖୁଆନ୍ତୁ  । ସେମାନଙ୍କୁ ମେନୁ କାର୍ଡ ଦିଅନ୍ତୁ, ସେମାନେ ଯାହା ବାଛିବେ, ତାହା ଅର୍ଡର କରନ୍ତୁ । ଏହାଦ୍ୱାରା ପିଲାମାନେ ଅତ୍ୟନ୍ତ ଖୁସି ହୋଇଯିବେ । ଏହା ସେମାନଙ୍କ ପାଇଁ ଅତ୍ୟନ୍ତ ଖୁସି ଆଣିଦେବ । 

    ସ୍ମାର୍ଟ ୱାଚ : ଯଦି ଅପାଣଙ୍କ ପିଲା ଟେକ୍ନୋଲୋଜିକୁ ଭଲ ପାଏ, ତେବେ ତାକୁ ଖ୍ରୀଷ୍ଟମାସରେ ଏକ ସ୍ମାର୍ଟ ୱାଚ ଉପହାର ଦିଅନ୍ତୁ । କାରଣ ସେମାନେ ସ୍ମାର୍ଟ ୱାଚ ପିନ୍ଧି ସ୍କୁଲ ମଧ୍ୟ ଯାଇପାରିବେ । ଏହାଦ୍ୱାରା ସେମାନେ ଅତ୍ୟନ୍ତ ଖୁସି ହୋଇଯିବେ ।

    ନୂଆ ପୋଷାକ : ପିଲାମାନଙ୍କୁ ଖ୍ରୀଷ୍ଟମାସ ପର୍ବରେ ତାଙ୍କ ପସନ୍ଦର ପୋଷାକ ଉପହାର ଦିଅନ୍ତୁ । କାରଣ ଚକୋଲେଟ କିମ୍ବା କେକ ଦେଲେ, ପିଲାମାନେ ଖାଇସାରି ଭୁଲି ଯାଇପାରନ୍ତି । କିନ୍ତୁ ପୋଷାକ ଦେଲେ ସେମାନେ ସ୍ୱତନ୍ତ୍ର ପର୍ବରେ ପିନ୍ଧି ଅନେକ ଖୁସି ହେବେ । 

    ଖେଳ ସାମଗ୍ରୀ : ଯଦି ଆପଣଙ୍କ ପିଲା ଖେଳ ପ୍ରିୟ । ତାଙ୍କୁ ଖେଳ ସାମଗ୍ରୀ  ଉପହାର ଦିଅନ୍ତୁ । ସେମାନେ ଏହି ପର୍ବରେ ସେଥିରେ ଖେଳି ଉପଭୋଗ କରିବେ । 

    ଟାବ୍ଲେଟ : ଆଜିକାଲିର ଡିଜିଟାଲ ଯୁଗରେ ସ୍ମାର୍ଟ ଫୋନ ସମସ୍ତଙ୍କୁ ଦରକାର । କରୋନା ପରେ ପାଠ ପଢା ପାଇଁ ପିଲାମାନେ ମୋବାଇଲ  ଆବଶ୍ୟକ କରୁଛନ୍ତି । ଏହାସହିତ ଟାବ୍ଲେଟ, ଲାପଟପ ଆଦି ପିଲାମାନଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଆପଣ ଚାହିଁଲେ ପିଲାମାନଙ୍କୁ ଏସବୁ ମଧ୍ୟ ଉପହାର ଦେଇପାରିବେ । ଏହାଦ୍ୱାରା ପିଲାମାନେ ପାଠପଢା ସହ ମନୋରଞ୍ଜନ ମଧ୍ୟ କରିପାରିବେ । 

    Maximum 500 characters

    ଘରକରଣ View all

    Find Us on Facebook