ମୁଖ୍ୟ ଖବର
ଭୁବନେଶ୍ୱର : ଅଷ୍ଟ୍ରିଆରେ ଖ୍ରୀଷ୍ଟମାସ ଦିନ ସାଣ୍ଟା ପିଲାଙ୍କୁ ଉପହାର ଦିଏ ନାହିଁ । ବରଂ ପିଲାଙ୍କୁ ଡରାଇବା ପାଇଁ ଏକ ଭୟଙ୍କର ଜୀବ ରୂପରେ ଆସିଥାଏ । ଭୟଭୀତ କରୁଥିବା ଏହି ଜୀବ ସହରର ଗଳିକନ୍ଦି ବୁଲି ଛୋଟପିଲାଙ୍କୁ ଡରାଇଥାନ୍ତି ଏବଂ ଖରାପ ପିଲାଙ୍କୁ ଦଣ୍ଡ ଦେଇଥାନ୍ତି । ସେମାନଙ୍କୁ କୁହାଯାଏ ‘କ୍ରାମ୍ପପସ୍’ ।
ରୋଲର ସ୍କେଟ ମାସ୍: କାରାକାସ୍- ଖ୍ରୀଷ୍ଟମାସ ସକାଳେ ଭେନେକୁ ଏଲାର ରାଜଧାନୀ କାରାକାସ୍ରେ ଲୋକମାନେ ରୋଲର ସ୍କେଟ ପିନ୍ଧି ଚର୍ଚ୍ଚ ଯାଇଥାନ୍ତି । ସେହି ଦିନ ସକାଳ ୮ଟାରୁ ଟ୍ରାଫିକ ବନ୍ଦ କରିଦିଆଯାଏ । କାରଣ ଲୋକମାନେ ସହଜରେ ଚର୍ଚ୍ଚ ପହଂଚିପାରିବେ । ଏହି ପରମ୍ପରା କାରାକାସ୍ରେ ପ୍ରତିବର୍ଷ ପାଳନ କରାଯାଏ ।
ଦ ୟୁଲେ କ୍ୟାଟ୍: ଆଇସ୍ ଲ୍ୟାଣ୍ଡ- ଆଇସଲ୍ୟାଣ୍ଡର ଖ୍ରୀଷ୍ଟମାସ ପାଳିବାର ପରମ୍ପରା ବଡ଼ ଅଜବ, ସେହି ଦିନ ଗୋଟିଏ ବିରାଟ ଆକାରର ବିଲେଇ ସହରରେ ବୁଲିଥାଏ । ଯାହାକୁ କୁହାଯାଏ ୟୁଲେ କ୍ୟାଟ । ପରମ୍ପରା ଅନୁଯାୟୀ ଏହି ବିଲେଇ ଭଲ ପିଲା ଓ ପରିଶ୍ରମୀ ଚାଷୀଙ୍କୁ ଚକୋଲେଟ, ନୂଆ ପୋଷାକ ଆଦି ଉପହାର ଦେଇଥାଏ । ହେଲେ ଖରାପ ଲୋକଙ୍କୁ ବିଲେଇ ଡରେଇଥାଏ ।
ଏ କବୱେବ୍ ଖ୍ରୀଷ୍ଟମାସ: ୟୁକ୍ରେନରେ ବୁଢ଼ିଆଣୀ ବସାକୁ ଶୁଭ ବୋଲି ବିଶ୍ୱାସ ରହିଛି । କିନ୍ତୁ ଖ୍ରୀଷ୍ଟମାସ ଦିନ ବୁଢ଼ିଆଣୀ ବସା ଅଧିକ ଦେଖିବାକୁ ମିଳିଥାଏ । ଏମିତି ହେବାର କାରଣ ସେହିଦିନ ଲୋକେ ଖ୍ରୀଷ୍ଟମାସ ଟ୍ରି’ରେ ବେଲ, ଷ୍ଟାର, ବବଲ ଆଦିରେ ସଜାଇ ନଥାନ୍ତି । ବରଂ ବୁଢ଼ିଆଣୀ ବସାରେ ସଜାଇଥାନ୍ତି ଖ୍ରୀଷ୍ଟମାସ ।
ପିକଲ ଇନ ଦ ଟ୍ରି: ଜର୍ମାନୀ
ଜର୍ମାନୀରେ ଖ୍ରୀଷ୍ଟମାସ ପାଳିବାର ଏହି ଅଜବ ପରମ୍ପରା ବହୁ ବର୍ଷରୁ ଚାଲିଆସିଛି । ଏହି ଦିନ ଲୋକମାନେ ମଜାଳିଆ ପୋଷାକ ପିନ୍ଧିଥାନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଖ୍ରୀଷ୍ଟମାସ ଟ୍ରି’ରେ ଆଚାର ପ୍ୟାକେଟ ଲୁଚାଇ ରଖିଥାଏ । ଘରର ସଦସ୍ୟମାନେ ଏହାକୁ ଖୋଜିଥାନ୍ତି । ଆଚାର ପ୍ୟାକେଟ ଯାହାକୁ ମିଳିବ ତାଙ୍କୁ ଉପହାର ମିଳିଥାଏ ।
କୋଲୋନେଲ ସାନ୍ତା: ଜାପାନ-ଜାପାନରେ ଖ୍ରୀଷ୍ଟମାସ ପାଳିବା ସାଧାରଣ ପରି ହୋଇଥାଏ । ଯେମିତି ପରସ୍ପରକୁ ଉପହର ଦେବା, କ୍ୟାଣ୍ଡେଲ ଜାଳିବା ଆଦି । ହେଲେ ଏବେ ଜାପାନରେ ଖ୍ରୀଷ୍ଟମାସ ପାଳିବାକୁ ଭିନ୍ନ ଏକ ପ୍ରକାର ପ୍ରଥା ପ୍ରଚଳିତ ହୋଇଛି । ଜାପାନରେ ଏହି ଦିନକୁ ବିଚିତ୍ର ଭାବେ ପାଳୁଛନ୍ତି ଲେଶକେ । ଏହି ଦିନ ସବୁ ଲୋକ ଫ୍ରାଏଡ ଚିକେନ୍ ନିଶ୍ଚୟ ଖାଇଥାନ୍ତି ।
ଫୋଟୁକୱା ଖ୍ରୀଷ୍ଟମାସ ଟ୍ରି: ନ୍ୟୁଜଲ୍ୟାଣ୍ଡ- ସବୁଆଡେ ଖ୍ରୀଷ୍ଟମାସ ଟ୍ରିକୁ ସ୍ୱତନ୍ତ୍ର ଭାବେ ସଜାଯାଇଥାଏ । ଷ୍ଟାର, ବେଲ, ରଙ୍ଗୀନ ଆଲୋକ ରହିଥାଏ ଖ୍ରୀଷ୍ଟମାସ ଟ୍ରି’ରେ। ହେଲେ ନ୍ୟୁଜିଲାଣ୍ଡରେ ଖ୍ରୀଷ୍ଟମାସ ଟ୍ରି କହିଲେ ଫୋଟୁକୱାର ଫୁଲକୁ ବୁଝାଏ । ଏହାର ଗାଢ଼ କମଳା ରଙ୍ଗ ଫୁଲକୁ ଖ୍ରୀଷ୍ଟମାସ ମାସର ପ୍ରତୀକ ବୋଲି ନ୍ୟୁଜିଲାଣ୍ଡବାସୀ ବିଶ୍ୱାସ କରିଥାନ୍ତି । ଖ୍ରୀଷ୍ଟମାସ ଦିନ ସହରର ଚର୍ଚ୍ଚ ଏବଂ ଘର ଗୁଡ଼ିକରେ ଫୋଟୁକୱା ଗଛର ଡାଳ, ପତ୍ର ଏବଂ ଫୁଲରେ ସଜାଯାଇଥାଏ ।
Comments ସମସ୍ତ ମତାମତ