ମୁଖ୍ୟ ଖବର
ଶ୍ରୀନଗର: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି। ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆତାଉଲ୍ଲାହ ତରାରଙ୍କ ଏକ୍ସ ଆକାଉଣ୍ଟ ଭାରତରେ ବ୍ୟାନ୍ କରାଯାଇଛି। ଏକ୍ସ ପ୍ରୋଫାଇଲଲ୍ରୁ ତରାରଙ୍କ ଫଟୋ ଏବଂ କଭର୍ ଇମେଜ ମଧ୍ୟ ଗାଏବ ହୋଇଯାଇଛି।
ପୂର୍ବରୁ ତରାର ଦାବି କରିଥିଲେ, ପାକିସ୍ତାନ ପାଖରେ ଦୃଢ଼ ଗୋୟଇନ୍ଦା ସୂଚନା ଅଛି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ଆଧାରରେ ଭାରତ ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ପାକିସ୍ତାନ ଉପରେ ସାମରିକ ଆକ୍ରମଣ କରିପାରେ। ଯଦି ଭାରତ କୌଣସି ପଦକ୍ଷେପ ନିଏ, ତେବେ ପାକିସ୍ତାନ ମଧ୍ୟ ଚୁପ ବସିବ ନାହିଁ ଏବଂ ଉଚିତ ଜବାବ ଦେବ।
ପହଲଗାମ ଆକ୍ରମଣ ପରେ, ଭାରତରେ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ବ୍ଲକ କରାଯାଉଛି। ପାକିସ୍ତାନୀ ଅଭିନେତା ମାହିରା ଖାନ, ହାନିଆ ଆମିର, ସନମ ସଇଦ ଏବଂ ଅଲି ଜାଫରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟଗୁଡ଼ିକୁ ବ୍ଲକ କରାଯାଇଛି। ବାବର ଆଜମ, ମହମ୍ମଦ ରିଜୱାନ ଏବଂ ୱାସିମ ଆକ୍ରମଙ୍କ ସମେତ ବର୍ତ୍ତମାନ ଏବଂ ପୂର୍ବତନ ପାକିସ୍ତାନୀ କ୍ରିକେଟରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟଗୁଡ଼ିକୁ ମଧ୍ୟ ବ୍ଲକ କରାଯାଇଛି।
ଭାରତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ସରକାରୀ ୟୁଟ୍ୟୁବ ଚ୍ୟାନେଲକୁ ମଧ୍ୟ ବ୍ଲକ କରାଯାଇଛି।
Comments ସମସ୍ତ ମତାମତ