Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କଟା ଘା’ରେ ଲଗାନ୍ତୁ ଏହି ଜିନିଷ ମିଳିବ ଫାଇଦା

    Share on :
    ajab-Image
    Date: Oct 7, 2022    Views: 2880

    ଭୁବନେଶ୍ୱର: ବହୁତ ଥର ଆଘାତ ଲାଗିଯିବା କାରଣରୁ ଶରୀରରୁ ବହୁତ ମାତ୍ରାରେ ରକ୍ତ ବାହାରି ବାକୁ ଲାଗିଥାଏ । ଅଧିକ ମାତ୍ରରେ ରକ୍ତ ବାହାରିବା ସ୍ବାସ୍ଥ୍ୟ ପାଇଁ ହାନିକାରକ ଅଟେ ତେଣୁ ବାହାରୁ ଥିବା ରକ୍ତକୁ ତୁରନ୍ତ ଅଟକାଇବା ଜରୁରୀ ଅଟେ । କିଛି ଘରୋଇ ଉପାୟ ମାଧ୍ୟମରେ ଆପଣ ବହୁଥିବା ରକ୍ତକୁ ସହଜରେ ଅଟକାଇ ପାରିବେ ।

    ବରଫର ପ୍ରୟୋଗ :
    ଅଚାନକ୍ ଆଘାତ ଲାଗିବା କାରଣରୁ ରକ୍ତ ବାହାରିଥାଏ ତ, ବରଫର ପ୍ରୟୋଗ ଦ୍ବାରା ବୋହୁଥିବା ରକ୍ତକୁ ରୋକାଯାଇ ପାରେ । ଏଥି ପାଇଁ ଯେଉଁ ସ୍ଥାନରେ ଆଘାତ ଲାଗିଥାଏ ସେଇ ସ୍ଥାନରେ ବରଫ ରଗଡନ୍ତୁ । ବରଫ ଥଣ୍ଡା ହେବା କାରଣରୁ ଦରଜ କମ୍ କରିଥାଏ ଓ ଏହା କାରଣରୁ ବ୍ଲଡ୍ କ୍ଲଟିଙ୍ଗ୍ ହୋଇଥାଏ ଯାହା ଦ୍ବାରା ରକ୍ତ ବାହାରିବା ମଧ୍ୟ କମିଯାଇଥାଏ ।

    ଫିଟିକିରି :
    ଫିଟିକିରିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଥାଲଏ । ଆପଣଙ୍କୁ ଆଘାତ ଯଦି ଲାଗିଯାଇଥାଏ କିମ୍ବା କୌଣସି ସ୍ଥାନ କଟି ଯାଇଥାଏ ତେବେ ଫିଟିକିରିକୁ ଓଦା ସେହି ସ୍ଥାନରେ ରଗଡନ୍ତୁ ଦେଖିବେ ତୁରନ୍ତ ରକ୍ତ ବନ୍ଦ ହୋଇଯାଇଥାଏ । ଏବଂ ବ୍ଲଡ୍ କ୍ଲଟିଙ୍ଗର ପକ୍ରିୟା ମଧ୍ୟ ଖୁବ୍ ଶିଘ୍ର ଆରମ୍ଭ ହୋଇଥାଏ । ଏହା ବ୍ୟତିତ ଫିଟିକିରିର ବ୍ୟବହାର ଦ୍ବାରା ଇନଫେକ୍ସନର ଭୟ ରହିନଥାଏ ।

    ହଳଦୀ :
    ହଳଦୀରେ ଆଣ୍ଟି ବ୍ୟାକଟେରିଆଲ୍ ଏବଂ ଯନ୍ତ୍ରଣା କମ୍ କରିବାର ଗୁଣ ରହିଥାଏ । ଏହା ଛଡା ଦରଜକୁ ବି କମ୍ କରିଥାଏ । ଆଘାତ ଲାଗିଯିବା ସଙ୍ଗେ ସଙ୍ଗେ ହଳଦୀକୁ ସେହି ସ୍ଥାନରେ ଲଗାଇବା ଦ୍ବାରା ରକ୍ତ ବନ୍ଦ ହୋଇଥାଏ । ଏହା ସହ ଦରଜ ଓ ଫୁଲା ମଧ୍ୟ କମିଯାଇଥାଏ । ଖଣ୍ଡିଆ ପରେ ଏଥିରୁ ହେଉଥିବା ଇନଫେକ୍ସନରୁ ମଧ୍ୟ ରକ୍ଷା କରିଥାଏ ।

    ଟି-ବ୍ୟାଗ୍ :
    ଟି-ବ୍ୟାଗ ବି ରକ୍ତ ବନ୍ଦ କରିବାରେ ସାହାଯ୍ୟ କରିଥାଏ । ଚାହାରେ ମଧ୍ୟ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି । ଏଥି ପାଇଁ ଯଦି ଆପଣ ଘା କିମ୍ବା ଆଘାତ ସ୍ଥାନରେ ଚାପତି ବ୍ୟବହାର କରୁଛନ୍ତି ତ, ଏହା ଦ୍ବାରା ଆପଣଙ୍କୁ ଇନଫେକ୍ସନରୁ କମି ଯାଇଥାଏ । ଏହା ବ୍ୟବହାର କରିବା ପାଇଁ ପାଣିରେ ଚାହାପତି ପକାଇ ୧୦ମିନିଟ୍ ଯାଏ ଫୁଟାନ୍ତୁ ତା’ପରେ ଏହାକୁ ବାହାର କରି ଆଘତ ସ୍ଥାନରେ ଲଗାନ୍ତୁ ଏବଂ ଚାପି ରଖନ୍ତୁ ୧୦ ମିନିଟ୍ ପର୍ୟ୍ୟନ୍ତ । ଏହା କରିବା ଦ୍ବାରା ରକ୍ତ ବନ୍ଦ ହୋଇଯାଇଥାଏ ।

    ଚିନି ପାଉଡର :
    ଚିନିରେ ଆଣ୍ଟିସ୍ପେଟିକ୍ ଗୁଣ ରହିଥାଏ ତ’ ଏହା ମଧ୍ୟ ରକ୍ତ ବନ୍ଦ କରିବା ଏବଂ ଇନଫେକ୍ସନରୁ ରକ୍ଷା କରିଥାଏ । ଚିନି ତରଳ ପଦାର୍ଥକୁ ଶୋଷି ଥାଏ ତେଣୁ ରକ୍ତ ତୁରନ୍ତ ବନ୍ଦ ହୋଇଥାଏ । ଏହା ଛଡାର ଚିନିର ବ୍ୟବହାର ଦ୍ବାରା ବ୍ଲଡ୍ କ୍ଲଟିଙ୍ଗର ପକ୍ରିୟା ଜଲଦି ଆରମ୍ଭ ହୋଇଥାଏ ।

    Maximum 500 characters

    ବିଶେଷ View all

    Find Us on Facebook