Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଭାରତ

    Share on :
    ajab-Image
    Date: Mar 13, 2023    Views: 5086

    ନୂଆଦିଲ୍ଲୀ:   ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ରୋମାଞ୍ଚକର ବିଜୟ ଭାରତକୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଟିକେଟ ଦେଇଛି । ଏହାସହ ଭାରତ ନୂଆ ଇତିହାସ ରଚିଛି । ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଟିକେଟ ହାତେଇଛି । ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ।

    ପୂର୍ବରୁ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଟିକେଟ ହାତେଇ ସାରିଛି । ଆସନ୍ତା ଜୁନ୍ ୭ରୁ ୧୧ ଯାଏଁ ଲଣ୍ଡନର ଦ ଓଭାଲ ମୈଦାନରେ ଏହି ମ୍ୟାଚ୍ ଖେଳାଯିବ । ତେବେ ଏହି ମ୍ୟାଚ୍ ପାଇଁ ଗୋଟିଏ ଦିନ ରିଜର୍ଭ ଡେ ମଧ୍ୟ ରଖାଯାଇଛି । ଗତବର୍ଷ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯାଇଥିଲା । ଭାରତକୁ ମାତ୍ ଦେଇ ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଟାଇଟଲ ହାତେଇଥିଲା ।
    ଇନ୍ଦୋର ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ଭାରତ ପରାଜିତ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ସମୀକରଣକୁ ରୋଚକ କରିଥିଲା । ଭାରତର ଫାଇନାଲ ଟିକେଟ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚର ଫଳାଫଳ ଉପରେ ନିର୍ଭର କରୁଥିଲା । ତେବେ ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚରେ ବିଜୟୀ ହୋଇ ଭାରତର ଫାଇନାଲ ରାସ୍ତାକୁ ପକ୍କା କରିଛି । କାରଣ ଇନ୍ଦୋର ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲିଆ ସିଧାସଳଖ ଫାଇନାଲ ଟିକେଟ ହାତେଇଥିବା ବେଳେ ଶ୍ରୀଲଙ୍କାକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ କ୍ଲିନସୁଇପ କଲେ ଫାଇନାଲ ଟିକେଟ ମିଳିଥାନ୍ତା । କିନ୍ତୁ ପ୍ରଥମ ମ୍ୟାଚରେ ହିଁ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜିତ ହୋଇ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ରେସରୁ ବାଦ୍ ପଡିଛି ଶ୍ରୀଲଙ୍କା ।

    Maximum 500 characters

    ଖେଳ ଖବର View all

    Find Us on Facebook