Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆଜି ବିଶ୍ବ ଓଜୋନ୍‌ ଦିବସ

    Share on :
    ajab-Image
    Date: Sep 16, 2023    Views: 2605

    ନୂଆଦିଲ୍ଲୀ : ଆଜି ସମଗ୍ର ପୃଥିବୀରେ ‘ବିଶ୍ବ ଓଜୋନ୍‌ ଦିବସ’ ପାଳନ କରାଯାଉଛି। ଏହା ଆମକୁ ଆମ ବାୟୁମଣ୍ଡଳରେ ଥିବା ଓଜୋନ୍‌ ସ୍ତର ସୁରକ୍ଷାର ଗୁରୁତ୍ବ ବାବଦରେ ସଚେତନ କରାଇବା ପାଇଁ ଉଦ୍ଦିଷ୍ଟ। ଉଲ୍ଲେଖଯୋଗ୍ୟ, ସୂର୍ଯ୍ୟାଲୋକରେ ଥିବା ମାରାତ୍ମକ ଅତିବାଇଗଣୀ ରଶ୍ମୀ କବଳରୁ ଆମକୁ ରକ୍ଷା କରିବା ପାଇଁ ଓଜୋନ୍‌ ସ୍ତର ଏକ ଢାଲ ଭାବେ କାମ କରିଥାଏ। ତେବେ ଆମର ଆଧୁନିକ ଚଳଣି ଯୋଗୁଁ ବାୟୁମଣ୍ଡଳକୁ ବିଭିନ୍ନ ପ୍ରକାର ଦୂଷିତ ବାଷ୍ପ ନିର୍ଗମନ ହୋଇ ଓଜୋନ୍‌ ସ୍ତରରେ ଅବକ୍ଷୟ ଦେଖାଯାଇଛି। ତେଣୁ ଉକ୍ତ ସ୍ତରକୁ କିପରି ଅତ୍ୟଧିକ ରାସାୟନିକ କ୍ଷତିରୁ ରକ୍ଷା କରାଯାଇପାରିବ, ତାହା ଆମମାନଙ୍କର ଦାୟିତ୍ବ। ମୁଖ୍ୟତଃ କ୍ଲୋରୋଫ୍ଲୋରୋକାର୍ବନ୍‌ ପରି ବାଷ୍ପ ଓଜୋନ୍‌ ସ୍ତରର କ୍ଷତି ଘଟାଇଥାଏ।

     ୧୯୮୫ ମସିହାରେ ଆଣ୍ଟାର୍କଟିକା ଉପରେ ଓଜୋନ୍‌ ସ୍ତରରେ ଗର୍ତ୍ତ ହୋଇଥିବା କଥା ଜଣାପଡ଼ିଥିଲା। ଜାତିସଂଘର ମଣ୍ଟ୍ରିଲ୍‌ ପ୍ରୋଟୋକଲ୍‌ରେ ଓଜୋନ୍‌ କ୍ଷତିକାରୀ ବାଷ୍ପକୁ ନିଷିଦ୍ଧ କରିବା ପାଇଁ ଏକ ରାଜିନାମା ପାରିତ ହୋଇଥିଲା। ପରେ ସେହି ଦିବସକୁ ବିଶ୍ବ ଓଜୋନ୍‌ ଦିବସ ରୂପେ ପାଳିବା ପାଇଁ ୧୯୯୪ରେ ଜାତିସଂଘର ସାଧାରଣ ପରିଷଦ ଦ୍ବାରା ଏକ ସଂକଳ୍ପ ଗୃହୀତ ହୋଇଥିଲା। ଏ ଦିବସ ପାଳନ ଅବସରରେ ପ୍ରତ୍ୟେକ ନାଗରିକ ଓଜୋନ୍‌ ସ୍ତରର ଉପକାରିତା ଏବଂ ଏହାର କ୍ଷତି କିପରି ସମଗ୍ର ଜୀବଜଗତ ପାଇଁ ଅଭିଶାପ ହୋଇପାରେ, ସେ ସମ୍ପର୍କରେ ଅବଗତ ହୋଇପାରୁଛନ୍ତି। ଏଥି ସହିତ ସାମୂହିକ ଭାବରେ ପ୍ରତ୍ୟେକ ରାଷ୍ଟ୍ର ପକ୍ଷରୁ ଓଜୋନ୍‌ ସ୍ତରର ସୁରକ୍ଷା ପାଇଁ ଅଭିନବ ପଦକ୍ଷେପମାନ ନେବାକୁ ପ୍ରୋତ୍ସାହନ କରାଯାଉଛି। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି, ‘ମଣ୍ଟ୍ରିଲ୍‌ ପ୍ରୋଟୋକଲ୍‌: ଓଜୋନ୍‌ ସ୍ତରକୁ ଠିକ୍‌ କରିବା ଏବଂ ଜଳବାୟୁ ପରିବର୍ତ୍ତନକୁ ହ୍ରାସ କରିବା’। 

    Maximum 500 characters

    ବିଶେଷ View all

    Find Us on Facebook