Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ବିଶ୍ବ ଧ୍ୟାନ ଦିବସ

    Share on :
    ajab-Image
    Date: Dec 21, 2025    Views: 3220

    ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ବ ଧ୍ୟାନ ଦିବସ । ଧ୍ୟାନ ହେଉଛି ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ଏହା ସ୍ବାସ୍ଥ୍ୟ ଓ ସମୃଦ୍ଧି ପାଇଁ ଏକ ସିଦ୍ଧ ଉପଚାର । ନିଜ ଭିତରେ ଚେତନା ଉଦ୍ରେକ କରି ଆମ ଜୀବନଶୈଳୀରେ ପରିବର୍ତ୍ତନ କରିବାରେ ସହାୟକ ହୁଏ ଧ୍ୟାନ । ତେଣୁ ମିଳିତ ଜାତିସଂଘର ଏକ ସାଧାରଣ ସଭାରେ ଡିସେମ୍ବର ୨୧କୁ ଧ୍ୟାନ ଦିବସ ଭାବେ ଘୋଷଣା କରାଯାଇଥିଲା । 
    ଧ୍ୟାନର ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ବର କୋଣଅଣୁକୋଣରେ ଧ୍ୟାନକୁ ପହଞ୍ଚାଇବାକୁ ଭାରତ ପ୍ରୟାସ କରିଆସିଛି । ଧ୍ୟାନ ହେଉଛି ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ଧ୍ୟାନ କଲେ ମନୁଷ୍ୟ ଆତ୍ମ ଜ୍ଞାନ ଲାଭ କରେ । ତେଣୁ ଧ୍ୟାନ ପ୍ରତି ଘରେ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି ।

    ବିଶ୍ୱର ସର୍ବବୃହତ କୂଟନୈତିକ ମଞ୍ଚ, ଜାତିସଂଘରେ ଏକ ନିଆରା ଶାନ୍ତ ଏବଂ ନୀରବତାର ପରିବେଶ ଦେଖିବାକୁ ମିଳିଥିଲା। ଆର୍ଟ ଅଫ୍ ଲିଭିଂର ପ୍ରତିଷ୍ଠାତା ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଉପସ୍ଥିତିରେ ଏଠାରେ ଦ୍ୱିତୀୟ ବିଶ୍ୱ ଧ୍ୟାନ ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଇଥିଲା।
    ଏହି କାର୍ୟ୍ୟକ୍ରମରେ ପ୍ରାଚୀନ ଭାରତୀୟ ଐତିହ୍ୟ ଏବଂ ଆଧୁନିକ କୂଟନୀତିର ଏକ ଆଶ୍ଚର୍ୟ୍ୟଜନକ ସଙ୍ଗମ ଦେଖାଯାଇଥିଲା ଯେଉଁଠାରେ ଶାନ୍ତି ଉପରେ ଆଲୋଚନା ହୋଇଥିଲା। ବିଶ୍ୱ ରାଷ୍ଟ୍ରଦୂତ ଏବଂ ନେତାମାନେ ଏକମତ ହୋଇଥିଲେ ଯେ, ବର୍ତ୍ତମାନର ଯୁଦ୍ଧ ଏବଂ ଉତ୍ତେଜନାପୂର୍ଣ୍ଣ ସମୟରେ, ଧ୍ୟାନ ହେଉଛି ମାନସିକ ସ୍ଥିରତାର ଏକମାତ୍ର ସେତୁ।ଭାଷଣରେ, ଗୁରୁଦେବ ଏକ ମର୍ମସ୍ପର୍ଶୀ କାହାଣୀ ମାଧ୍ୟମରେ ଧ୍ୟାନର ଗୁରୁତ୍ୱ ବୁଝାଇଥିଲେ। ସେ ବ୍ୟାଖ୍ୟା କରିଥିଲେ ଯେ, ବିଭିନ୍ନ ଦର୍ଶନ ପ୍ରାୟତଃ ମନକୁ ନୂତନ ଚିନ୍ତାଧାରା ଏବଂ ଯୁକ୍ତିରେ ପୂର୍ଣ୍ଣ କରିଥାଏ,କିନ୍ତୁ ଧ୍ୟାନ ହେଉଛି ଏପରି ପ୍ରକ୍ରିୟା ଯାହା ଚିନ୍ତାଧାରାର ବୋଝରୁ ମୁକ୍ତ କରିଥାଏ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook