Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ

    Share on :
    ajab-Image
    Date: Nov 16, 2023    Views: 3470

    ନୂଆଦିଲ୍ଲୀ: ଗୁରୁବାର ବିଶ୍ବକପର ଦ୍ବିତୀୟ ସେମିଫାଇନାଲ। ଇଡେନ୍‌ ଗାର୍ଡେନ୍ସ ଷ୍ଟାଡିୟମରେ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ୍‌ରେ ୫ ଥର ବିଜେତା ଅଷ୍ଟ୍ରେଲିଆକୁ ଭେଟିବ ଦକ୍ଷିଣ ଆଫ୍ରିକା। ମୁହାଁ ମୁହିଁ ହେବେ ସାଉଥ ଆଫ୍ରିକା ଓ ଅଷ୍ଟ୍ରେଲିଆ । ଦିନ ୨ଟାରେ କୋଲକାତାର ଇଡେନଗାର୍ଡେନରେ ହେବ ମହାମୁକାବିଲା । ଲିଗ ପର୍ୟ୍ୟାୟରେ ୯ଟିରୁ ୭ଟିରେ ବିଜୟ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଥିଲା ଦକ୍ଷିଣ ଆପ୍ରିକା । ସମାନ ସଂଖ୍ୟକ ମ୍ୟାଚ ଜିତି ତୃତୀୟ ସ୍ଥାନରେ ରହିଥିଲା ଅଷ୍ଟ୍ରେଲିଆ । ବିଶ୍ବକପରେ ଅଷ୍ଟ୍ରେଲିଆ ୫ ଥର ଟାଇଟଲ ଜିତିଥିବାବେଳେ କେବେବି ବିଶ୍ବକପ ଜିତିନି ଦକ୍ଷିଣ ଆଫ୍ରିକା । ଏଣୁ ପ୍ରଥମଥର କପ ଜିତିବାକୁ ଲକ୍ଷ୍ୟ ରଖିଛି ସାଉଥଆଫ୍ରିକା । ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଯିବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ମାତ ଦେବାକୁ ପ୍ରସ୍ତୁତ ରହିଛି । ଆଜି ମ୍ୟାଚରେ ଯେଉଁଦଳ ବିଜୟୀ ହେବ ଆସନ୍ତା ରବିବାର ଫାଇନାଲରେ ସେହି ଦଳ ଭାରତ ସହ ବିଶ୍ବକପ ପାଇଁ ମୁକାବିଲା କରିବ । ଉଭୟ ଦଳ ଏବେ ଦମଦାର ଫର୍ମରେ ରହିଥିବାବେଳେ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟପ୍ରେମୀମାନେ ଆଶା ରଖିଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook