Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ହକି ବିଶ୍ବକପ୍‌ରେ ଭାରତ-ଇଂଲଣ୍ଡ ଡ୍ର’

    Share on :
    ajab-Image
    Date: Jan 16, 2023    Views: 3070

    ରାଉରକେଲା : ହକି ବିଶ୍ବକପ୍‌ରେ ରବିବାର ଭାରତ-ଇଂଲଣ୍ଡ ମ୍ୟାଚ୍‌ ୦-୦ରେ ଡ୍ର’ ରହିଛି। ଫଳରେ ଭାରତର ସିଧାସଳଖ କ୍ବାର୍ଟରଫାଇନାଲ୍‌ ଯୋଗ୍ୟତା ପଥରେ ଲଗାମ୍‌ ଲାଗିଛି। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌କୁ ଜିତିଥିଲେ ହର୍ମନପ୍ରୀତ୍‌ଙ୍କ ଦଳ ସିଧାସଳଖ କ୍ବାର୍ଟରଫାଇନାଲ୍ ଯିବା ସମ୍ଭାବନା ଥିଲା। ଏବେ ଏହି ଲକ୍ଷ୍ୟ ହାସଲ କରିବାକୁ ଭାରତକୁ ପରବର୍ତ୍ତୀ ମ୍ୟାଚ୍‌ରେ ବୃହତ୍‌ ବିଜୟ ଲାଭ କରିବାକୁ ହେବ। ରବିବାର ଗୋଲ୍‌ଶୂନ୍ୟ ଡ୍ର’ ପରେ ଉଭୟ ଭାରତ ଓ ଇଂଲଣ୍ଡ ଦଳ ପୁଲ୍‌ ‘ଡି’ ପଏଣ୍ଟ ସ୍ଥିତିରେ ସମାନ ୪ ପଏଣ୍ଟ୍‌ରେ ଅଛନ୍ତି। ଗୋଲ୍‌ ବ୍ୟବଧାନରେ ଇଂଲଣ୍ଡ ଆଗୁଆ ରହିଛି। ଇଂଲଣ୍ଡ ତା’ର ୱେଲ୍‌ସ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ୫-୦ ଗୋଲ୍‌ରେ ଜିତିଥିଲା।
    ଅପରପକ୍ଷରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ୨-୦ ଗୋଲ୍‌ରେ ସ୍ପେନ୍‌କୁ ହରାଇଥିଲା। ପୁଲ୍‌ ପର୍ୟ୍ୟାୟର ଶେଷ ମ୍ୟାଚ୍‌ରେ ଇଂଲଣ୍ଡ ଭେଟିବ ସ୍ପେନ୍‌କୁ ଏବଂ ଭାରତ ତା’ର ଶେଷ ମ୍ୟାଚ୍‌ରେ ୱେଲ୍‌ସ ସହ ଖେଳିବ। ୱେଲ୍ସକୁ ବଡ଼ ବ୍ୟବଧାନରେ ହରାଇ ପାରିଲେ ଭାରତ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିପାରିବ। ଅନ୍ୟଥା ସମାନ ପଏଣ୍ଟ୍‌ ସତ୍ତ୍ବେ ଗ୍ରୁପ୍‌ର ଶୀର୍ଷ ସ୍ଥାନରୁ ବଞ୍ଚିତ ରହି କ୍ରସ୍‌ଓଭର୍‌ ଖେଳି କ୍ବାର୍ଟରଫାଇନାଲକୁ ଉନ୍ନୀତ ହେବାକୁ ପଡ଼ିବ। ଇଂଲଣ୍ଡ ଯଦି ଶେଷ ଲିଗ୍‌ରେ ସ୍ପେନଠୁ ହାରିଯିବ ତେବେ ଭାରତକୁ ସାଧାରଣ ବିଜୟ ବି କ୍ବାର୍ଟରଫାଇନାଲ୍ ନେଇପାରିବ। ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ସ୍ପେନ୍‌ ଜିତି କ୍ବାର୍ଟରଫାଇନାଲ୍‌ ଅଶାକୁ ଉଜ୍ଜୀବିତ ରଖିଛି। ଏହି ଦଳଠୁ ୧-୫ ଗୋଲ୍‌ରେ ହାରିଥିବା ‌ୱେଲ୍ସ ଦୁଇଟି ପରାଜୟ ବରଣ କରିଛି। ଫଳରେ ଏହି ଦଳର ନକ୍‌ଆଉଟ୍‌ ଖେଳିବା ଆଶା ପ୍ରାୟ ନାହିଁ। ସୂଚନାଯୋଗ୍ୟ, ପ୍ରତି ୪ ଗ୍ରୁପ୍‌ର ଶୀର୍ଷ ଦଳ ସିଧାସଳଖ କ୍ବାର୍ଟରଫାଇନାଲ୍ ଖେଳିବେ। ଗ୍ରୁପ୍‌ର ଶେଷ ଦଳ ବିଦାୟ ନେଇଯିବେ। ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ଦଳ ଅନ୍ୟ ଗ୍ରୁପ୍‌ ସହ କ୍ରସ୍ ଓଭର ଖେଳି କ୍ବାର୍ଟରଫାଇନାଲ୍ ଯିବାର ସୁଯୋଗ ପାଇବେ।

    Maximum 500 characters

    ଖେଳ ଖବର View all

    Find Us on Facebook