Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଫାଇନାଲ୍‌ ଆଗରୁ ଟିମ୍‌ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀଙ୍କ ଶୁଭ କାମନା

    Share on :
    ajab-Image
    Date: Nov 19, 2023    Views: 3594

    ନୂଆଦିଲ୍ଲୀ: ୧୪୦ କୋଟି ଭାରତୀୟ ଉତ୍ସାହ ଦେଉଛନ୍ତି ବୋଲି ଆଜି ଖେଳା ଯିବାକୁ ଥିବା ବିଶ୍ବକପ୍‌ ମ୍ୟାଚ୍‌ ଆଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ଶୁଭ କାମନା ଜଣାଇ କହିଛନ୍ତି।

    ‘ଏକ୍ସ୍‌’ କରି ପ୍ରଧାନମନ୍ତ୍ରୀ କହିଛନ୍ତି: ଟିମ୍‌ ଇଣ୍ଡିଆ ପ୍ରତି ଆନ୍ତରିକ ଶୁଭେଚ୍ଛା! ୧୪୦ କୋଟି ଭାରତୀୟ ଆପଣମାନଙ୍କୁ ଉତ୍ସାହ ଦେଉଛନ୍ତି। ଜାଜ୍ଜ୍ବଲ୍ୟମାନ ହୁଅ, ମନ ଦେଇ ଖେଳ ଓ କ୍ରୀଡ଼ାବିତ୍‌ର ପ୍ରାଣଚ୍ଛ୍ବାସ ଜାଗରୁକ କର।

    ସଦ୍ୟତମ ସୂଚନା ଅନୁସାରେ, ଭାରତୀୟ କ୍ରିକେଟ୍‌ ଦଳ ଅହମଦାବାଦ୍‌ର ମୋଟେରା ଅଞ୍ଚଳରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ ଅଭିମୁଖେ ବାହାରି ଯାଇଛନ୍ତି। ମ୍ୟାଚ୍‌ ଦେଖିବାକୁ ସମଗ୍ର ଦେଶରୁ ଲୋକେ ଆସିଥିବାରୁ ଷ୍ଟାଡିୟମ୍‌ ବାହାରେ ପ୍ରବଳ ଜନଗହଳି ଲାଗିଛି।
    ଆଶା କରାଯାଉଛି ଅପରାହ୍ଣ ୨ଟା ସୁଦ୍ଧା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ ଦର୍ଶକରେ ପରିପୂର୍ଣ୍ଣ ହୋଇଯିବ। ଏହି ଷ୍ଟାଡିୟମ୍‌ରେ ୧୨୩,୦୦୦ ଦର୍ଶକ ଧରିବା ଭଳି ସାମର୍ଥ୍ୟ ଥିବାରୁ ସାମାନ୍ୟତମ ସ୍ଥାନ ଖାଲି ପଡ଼ିବ ନାହିଁ ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। କେବଳ ଗୁଜରାଟ ବାହାରୁ ଆସିଛନ୍ତି ୭୦,୦୦୦ ଦର୍ଶକ। ସେମାନଙ୍କ ମଧ୍ୟରେ ଅଛନ୍ତି, ଅଷ୍ଟ୍ରେଲିଆ, ଇଂଲଣ୍ଡ୍‌, ଆମେରିକା, କାନଡ଼ା ଓ ସିଙ୍ଗାପୁରରେ ରହୁଥିବା ପ୍ରବାସୀ ଭାରତୀୟ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook