Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଫାଇନାଲ ମ୍ୟାଚ ଭିତରେ ୪୫ମିନିଟ ପାଇଁ ବନ୍ଦ ରହିବ ଅହମ୍ମଦାବାଦ ଏୟାରପୋର୍ଟ

    Share on :
    ajab-Image
    Date: Nov 19, 2023    Views: 3742

    ଅହମ୍ମଦାବାଦ: ଆଉ ମାତ୍ର ୨ଘଣ୍ଟାର ଅପେକ୍ଷା। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମହା ମୁକାବିଲା। ଦୀର୍ଘ ୨୦ବର୍ଷ ପରେ ଭାରତ ଅଷ୍ଟ୍ରେଲିଆ ଆଇସିସିର ସବୁଠାରୁ ବଡ ଟୁର୍ନାମେଣ୍ଟରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ୧୦୦କୋଟି ଭାରତୀୟଙ୍କ ନଜର ରୋହିତ ବାହିନୀଙ୍କ ଉପରେ ରହିଛି। ମ୍ୟାଚକୁ ନେଇ ଗୁଜରାଟ ପୋଲିସ ଅହମ୍ମଦାବାଦରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି। ୬ହଜାର ଯବାନ ଷ୍ଟାଡିୟମକୁ ସୁରକ୍ଷା ଯୋଗାଇବା ପାଇଁ ମୁତୟନ ହୋଇଛନ୍ତି। ତେବେ ମ୍ୟାଚ ପୂର୍ବରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅର୍ନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ମ୍ୟାଚ ଭିତରେ ୪୫ମିନିଟ ପାଇଁ ଏୟାରପୋର୍ଟ ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

    ଏସବିପିଆଇ ଏୟାରପୋର୍ଟ ଜାରି କରିଥିବା ନିର୍ଦ୍ଦେଶାନାମାନୁସାରେ, ଦ୍ୱିପ୍ରହର ୧.୨୫ରୁ ୨.୧୦ଯାଏଁ ଏୟାରପୋର୍ଟ ବନ୍ଦ ରହିବ। ସବୁ ଯାତ୍ରୀଙ୍କୁ ଅନୁରୋଧ କରାଯାଇଛି କି ନିଜର ଅତିରିକ୍ତ ସମୟ କାଢି ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ ଠିକ୍‌ ସମୟରେ ଏୟାରପୋର୍ଟରେ ପହଞ୍ଚନ୍ତୁ। ଗୁଜରାଟ ଏୟାରପୋର୍ଟରୁ ଉଡାଣ ଭରିବକୁ ଥିବା ସମୟରେ ଡେରି ହେବାର ସମ୍ଭାବନା ରହିଛି। ତେବେ ଟ୍ରାଫିକ ଜାମ ଯୋଗୁ ୪୫ମିନିଟ ପାଇଁ ଏୟାରପୋର୍ଟ ବନ୍ଦ ରଖାଯାଇଛି ବୋଲି କୁହାଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook