Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବିଶ୍ୱକପ କ୍ରିକେଟ – ଟସ୍‌ ହେବ ନିର୍ଣ୍ଣାୟକ

    Share on :
    ajab-Image
    Date: Nov 19, 2023    Views: 2815

    ନୂଆଦିଲ୍ଲୀ: ମୋଟେରାସ୍ଥ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ବିଶ୍ବକପର ଫାଇନାଲ ମ୍ୟାଚ ଖେଳାଯିବ। ଉକ୍ତ ମ୍ୟାଚ ଅକ୍ଟୋବର ୧୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା୫ ନମ୍ବର ପିଚରେ ଖେଳାଯିବ। ଅହମ୍ମଦାବାଦରେ ରାତିରେ ଅଧିକ କାକର ପଡିବାର ସମ୍ଭାବନା ଥିବାରୁ ପଛେ ବ୍ୟାଟିଂ କରିବା ଦଳକୁ ସୁହାଇବା ନେଇ ଆଶା କରାଯାଉଛି। ଚଳିତ ବିଶ୍ବକପରେ ଉକ୍ତ ଗ୍ରାଉଣ୍ଡରେ ୪ଟି ମ୍ୟାଚ ଏପର୍ୟ୍ୟନ୍ତ ଖେଳାଯାଇଛି। ସେଥିମଧ୍ୟରୁ ପଛେ ବ୍ୟାଟିଂ କରିଥିବା ଦଳ ୩ଟି ମ୍ୟାଚରେ ଓ ଗୋଟିଏ ମ୍ୟାଚରେ ଆଗ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଛି। ଅକ୍ଟୋବର ୫ରେ ଉଦ୍‌ଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡ ୯ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ଅକ୍ଟୋବର ୧୪ରେ ଏଠା​‌େ​‌ର ଭାରତ ଓ ପାକିସ୍ତାନ ମଧ୍ୟରେ ଲିଗ୍‌ ମ୍ୟାଚ ଖେଳାଯାଇଥିଲା। ଉକ୍ତ ମ୍ୟାଚରେ ଭାରତ ୭ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଥିଲା। ଦକ୍ଷିଣ ଆଫ୍ରିକା ୫ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଥିବାବେଳେ ଅଷ୍ଟ୍ରେଲିଆ ୩୩ରନରେ ଇଂଲଣ୍ଡକୁ ଉକ୍ତ ଗ୍ରାଉଣ୍ଡରେ ମଧ୍ୟ ପରାସ୍ତ କରିଥିଲା।ଟସ୍‌ ଜିତିବା ଦଳ ଆଗ ବୋଲିଂ କରିବାକୁ ପସନ୍ଦ କରିବା ନେଇ ଆଶା କରାଯାଉଛି।

    Maximum 500 characters

    ଖେଳ ଖବର View all

    Find Us on Facebook