Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବିଶ୍ୱକପ ଫାଇନାଲରେ କ’ଣ କ’ଣ କାର୍ଯ୍ୟସୂଚୀ ରହିଛି ଜାଣନ୍ତୁ

    Share on :
    ajab-Image
    Date: Nov 18, 2023    Views: 2631

    ଅମହମ୍ମଦାବାଦ:  ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ ରବିବାର ଖେଳାଯିବ। ବର୍ତ୍ତମାନ କ୍ରିକେଟ ଦେଶ ପାଇଁ ‘ସଫ୍ଟ ପାଓ୍ବାର’ର ଏକ ମାଧ୍ୟମ ପାଲଟିଯାଇଛି। କୌଣସି ଦେଶ ଖେଳ ଏବଂ ସଂସ୍କୃତିକୁ ଉପଯୋଗ କରି ଜିଓ ପଲଟିକାଲ ପ୍ରଭାବ ବିସ୍ତାର କରିବାରେ ଉପଯୋଗ କଲେ ସେ କ୍ଷେତ୍ରରେ ‘ସଫ୍ଟ ପାଓ୍ବାର’ ଶବ୍ଦ ବ୍ୟବହାର କରାଯାଇଥାଏ। ରବିବାର ଫାଇନାଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି, ଭାରତୀୟ ବିମାନ ବାହିନୀ ଦ୍ୱାରା ଗ୍ରାଣ୍ଡ ଏୟାର ଶୋ’ କାର୍ୟ୍ୟକ୍ରମ, ଷ୍ଟାଣ୍ଡରୁ ଦୁଇ ପୂର୍ବତନ ଅଧିନାୟକ କପିଳ ଦେବ ଓ ଧୋନୀଙ୍କ ମ୍ୟାଚ ଦେଖା, ରାଜନେତା ଓ ନାମି ନାମି କଳାକାର ଓ ଅଭିନେତା ଅଭିନେତ୍ରୀଙ୍କ ଉପସ୍ଥିତି ଷ୍ଟାଡିୟମକୁ ଉତ୍ସବ ମୁଖରିତ କରିବ।
    ଟସ୍‌ ପଡ଼ିବା ପୂର୍ବରୁ ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ସାମିଲ ହେବେ ବଲିଉଡ୍‌ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ, କଣ୍ଠଶିଳ୍ପୀ ଜୋନିତା ଗାନ୍ଧୀ ଏବଂ ବର୍ତ୍ତମାନର କୋକ୍‌ ଷ୍ଟୁଡିଓର ‘ଗୋଟିଲୋ’ ଗୀତ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗୁଜରାଟୀ ସେନସେଶନ ଆଦିତ୍ୟ ଗାଦାଭି। ଇନିଂସ ବ୍ରେକ୍‌ ସମୟରେ ୫୦୦ ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ଏକ କାର୍ୟ୍ୟକ୍ରମ ପ୍ରଦର୍ଶିତ ହେବ। ଷ୍ଟାଡିୟମରେ ଅତି କମ୍‌ରେ ୧.୩୦ ଲକ୍ଷ ଲୋକ ଖେଳ ଦେଖିବେ। ବିଶ୍ୱବ୍ୟାପୀ ଅନ୍ୟ ୧.୩୯ ବିଲିୟନ ଲୋକ ଘରେ ବସି ମ୍ୟାଚ ଉପଭୋଗ କରିବେ।
    ବିସିସିଆଇ ଆହୁରି ମଧ୍ୟ ୧୯୭୫ ଠାରୁ ୨୦୧୯ ପର୍ୟ୍ୟନ୍ତ ସମସ୍ତ ବିଶ୍ୱକପ୍‌ ବିଜୟୀ ଅଧିନାୟକଙ୍କୁ ସ୍ବତନ୍ତ୍ର ବ୍ଲେଜର ପ୍ରଦାନ କରିବ। ଚଳିତ ବିଶ୍ୱକପ୍‌ରେ ପ୍ରତିଟି ଭାରତ ମ୍ୟାଚରେ ଷ୍ଟାଡିୟମର ଷ୍ଟାଣ୍ଡଠାରୁ ଆରମ୍ଭ କରି ଗଳିକନ୍ଦି ସର୍ବତ୍ର ନୀଳ ରଙ୍ଗ ଦେଖିବାକୁ ମିଳିବ। ଗଳିକନ୍ଦିରେ ବିରାଟ କୋହଲିଙ୍କ ୧୮ ନମ୍ବର ଓ ରୋହିତ ଶର୍ମାଙ୍କ ୪୫ ନମ୍ବର ଜର୍ସିର ଅଧିକ ଚାହିଦା ରହିବ। ଏହା ଏକ ସ୍ମରଣୀୟ ରାତି ହେବ ବୋଲି ଆଶା କରାଯାଉଛି। ତେବେ ଏହା ରୋହିତଙ୍କ ଦଳର ପ୍ରଦର୍ଶନ ଉପରେ ସବୁକିଛି ନିର୍ଭର କରୁଛି।

    Maximum 500 characters

    ଖେଳ ଖବର View all

    Find Us on Facebook