Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଅଷ୍ଟ୍ରେଲିଆ ବିଶ୍ବକପ ଚାମ୍ପିଅନ

    Share on :
    ajab-Image
    Date: Nov 20, 2023    Views: 2988

    ଅହମଦାବାଦ : ବିଶ୍ବକପ କ୍ରିକେଟରେ ଲଗାତାର ବିଜୟୀ ହୋଇ ଆସିଥିବା ଭାରତ  ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ହାରିଯାଇଛି। ଅଷ୍ଟ୍ରେଲିଆର ୧୦ ଓଭରରେ ୩ ୱିକେଟ ପତନ ପରେ ଭାରତର ଚାମ୍ପିଅନ ହେବା ନେଇ ଆଲୋଚନା ହୋଇଥିଲା। ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅଷ୍ଟ୍ରେଲିଆଠାରୁ ୬ ୱିକେଟରେ ହାରିଯାଇଛି ଭାରତ। ଅଷ୍ଟ୍ରେଲିଆ ବିଶ୍ବକପ ଜିତିଥିବାବେଳେ ଷଷ୍ଠଥର ପାଇଁ ହୋଇଛି ବିଶ୍ବକପ ଚାମ୍ପିଅନ।

    ଚଳିତ ବିଶ୍ବକପରେ ଭାରତର ଅପରାଜେୟ ଧାରା ଚୁରମାର ହୋଇଯାଇଛି। ଫାଇନାଲ ମ୍ୟାଚରେ ଭାରତ ହାରି ଯିବାପରେ ସାରା ଦେଶରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନିରାଶା ଛାଇ ଯାଇଛି। ଭାରତର ତୃତୀୟ ଦିନକିଆ ବିଶ୍ବକପ ଆଶା ଅଧୁରା ରହିଯାଇଛି।

    ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ଆଇସିସି ବିଶ୍ବକପ ଫାଇନାଲରେ ଭାରତକୁ ୬ ୱିକେଟରେ ପରାସ୍ତ କରି ବିଶ୍ବ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ। ବ୍ୟାଟିଂ, ବୋଲିଂ ଓ ଫିଲଡିଂ ସବୁ ବିଭାଗରେ ଭାରତଠାରୁ ଉନ୍ନତ ଖେଳ ପ୍ରଦର୍ଶନ କରି ୬ଷ୍ଠ ଥର ପାଇଁ ବିଶ୍ବକପ ହାତେଇଛି ଅଷ୍ଟ୍ରେଲିଆ।ଭାରତ ପକ୍ଷରୁ ଅଷ୍ଟ୍ରେଲିଆ ଆଗରେ ୨୪୧ ରନର ଲକ୍ଷ୍ୟ ରଖାଯାଇଥିଲା। ଆରମ୍ଭରୁ ଭାରତୀୟ ବୋଲରମାନେ ୩ଟି ୱିକେଟ ନେଇ ଚାମ୍ପିଅନ ହେବାର ଆଶା ସଂଚାର କରିଥିଲେ । କିନ୍ତୁ ଟ୍ରାଭିସ୍ ହେଡ୍ ଓ ମାର୍ନସ ଲାବୁସଚେନ ଲଢୁଆ ବ୍ୟାଟିଂ କରିବା ସହ ବିଜୟ ଭାରତ ହାତରୁ ଛଡାଇ ନେଇଥିଲେ। ଫାଇନାଲ ପରି ବଡ଼ ମ୍ୟାଚରେ ଟ୍ରାଭିସ ହେଡ୍ ୧୩୭ ର ସ୍କୋର ସହ ଅ​‌େ​‌ଷ୍ଟ୍ରଲିଆକୁ ବିଜୟୀ କରାଇବାରେ ସବୁଠୁ ବଡ଼ ଭୂମିକା ଗ୍ରହଣ କରିଥଲେ। ଲାବୁସଚେନ ୫୭ ରନ କରିଥିଲେ।
    ଭାରତର ୨୪୧ ରନ ବିଜୟ ଲକ୍ଷ୍ୟକୁ ପିଛା କରିଥିବା କଙ୍ଗାରୁ ଦଳକୁ ଆରମ୍ଭରୁ ହିଁ ବଡ଼ ଝଟକା ମିଳିଥିଲା। ଦ୍ୱିତୀୟ ଓଭରରେ ମହମ୍ମଦ ଶାମିଙ୍କ ବଲରେ ଆଉଟ ହୋଇଥିଲେ ଓପନର ଡେଭିଡ ୱାର୍ଣ୍ଣର୍। କଙ୍ଗାରୁ ବାହିନୀ ୧୬ ରନରେ ପ୍ରଥମ ୱିକେଟ୍ ହରାଇ ଥିବାବେଳେ ୪୧ ରନରେ ପାଭିଲିଅନ ଫେରିଛନ୍ତି ଆଉ ଜଣେ ଷ୍ଟାର୍ ବ୍ୟାଟ୍ସମ୍ୟାନ। ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣର୍ ୭(୩) ରନ୍ କରି ପାଭିଲିଅନ ଫେରିଯାଇଛନ୍ତି। ଏହାପରେ ମିଚେଲ ମାର୍ଶଙ୍କ ୱିକେଟ ନେଇଛନ୍ତି ଯଶପ୍ରୀତ ବୁମରା।ବିଶ୍ବକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ଗିଲ ମାତ୍ର ୪ ରନ କରି ଆଉଟ ହୋଇଥିବାବେଳେ ରୋହିତ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ।ଶୁଭମନ ଗିଲ ଦଳ ଗିଲ ମାତ୍ର ୪ ରନ କ ଏବଂ ରୋହିତ ଶର୍ମା ୪୭ ରନ କରି ଆଉଟ ହୋଇଥିଲେ। ବିରାଟ କୋହଲି ଓ କେଏଲ ରାହୁଲ ସତର୍କତା ସହ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ। କିନ୍ତୁ ବିରାଟ ଆଉଟ ହେବା ପରେ ଦଳ ସଂକଟରେ ପଡ଼ିଯାଇଥିଲା। ରାହୁଲ ୬୬ ରନ କରି ଆଉଟ ହୋଇଥିଲେ। ସୂର୍ୟ୍ୟକୁମାର ଯାଦବ ୨୮ଟି ବଲରୁ ୧୮ ରନ କରିଥିଲେ । ତେବେ ଶେଷ ୱିକେଟରେ କୂଳଦୀପ ଯାଦବ ଓ ମହମ୍ମଦ ସିରାଜ ସତର୍କତାର ସହ ଖେଳି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ ।ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୩ଟି ୱିକେଟ ନେଇଥିବାବେଳେ ଜୋସ ହେଜଲଉଡ୍ ଓ କମିନ୍ସଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିଲା।

    Maximum 500 characters

    ଖେଳ ଖବର View all

    Find Us on Facebook