Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତ ନେବ ୨୦୦୩ର ପ୍ରତିଶୋଧ

    Share on :
    ajab-Image
    Date: Nov 19, 2023    Views: 3568

    ନୂଆଦିଲ୍ଲୀ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ୨୦୨୩ର ଫାଇନାଲ ୧୯ ନଭେମ୍ବରରେ ଅହମଦାବାଦରେ ଖେଳାଯିବ। ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାରେ ଭାରତୀୟ ଦଳ ସଫଳ ହୋଇଥିବାବେଳେ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଦ୍ୱିତୀୟ ଥର ପାଇଁ ବିଶ୍ୱକପ ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆର ଦଳ ମୁହାଁମୁହିଁ ହେବେ। ଶେଷ ଥର ପାଇଁ ଭାରତ ଏବଂ ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲରେ ୨୦୦୩ ରେ ଭେଟିଥିଲେ, ଯେଉଁଥିରେ ଅଷ୍ଟ୍ରେଲିଆ ଦଳ ଜିତିଥିଲା।

    ବିଶ୍ୱକପ ଫାଇନାଲରେ ଏହା ଭାରତର ଚତୁର୍ଥ ପ୍ରଦର୍ଶନ। ୧୯୮୩ ଏବଂ ୨୦୧୧ ରେ ଭାରତ ଟାଇଟଲ ଜିତିଥିଲା, କିନ୍ତୁ ୨୦୦୩ ରେ ଦକ୍ଷିଣ ଆଫ୍ରିକାରେ ୧୨୫ ରନରେ ଅଷ୍ଟ୍ରେଲିଆଠାରୁ ପ୍ରରାସ୍ତ ହୋଇଥିଲା । ଏବେ ଭାରତ ତୃତୀୟ ଟାଇଟଲ ହାସଲ ପାଇଁ ଜୋହାନ୍ସବର୍ଗରେ ଅଷ୍ଟ୍ରେଲୀୟ ଦଳକୁ ସେହି ପରାଜୟର ପ୍ରତିଶୋଧ ନେବା ଲାଗି ସଂକଳ୍ପବଦ୍ଧ ।

    ୨୦୦୩ ଫାଇନାଲରେ ରିକି ପଣ୍ଟିଙ୍ଗଙ୍କ ୧୨୧ ବଲରୁ ଅପରାଜିତ ୧୪୦ ରନ ସହାୟତାରେ ଅଷ୍ଟ୍ରେଲିଆ ଦଳର ସ୍କୋର ୩୫୯/୨ରେ ପହଞ୍ଚାଇଥିଲେ। ହରଭଜନ ସିଂ ଉଭୟ ୱିକେଟ ନେଇଥିଲେ। ବିରେନ୍ଦର ସେହ୍ବାଗ ୮୧ ବଲରୁ ରୁ ୮୨ ରନ ଏବଂ ରାହୁଲ ଦ୍ରାବିଡ ୫୭ ବଲରୁ ୪୭ ରନ ସଂଗ୍ରହ କରିଥିଲେ। ପ୍ରକାଶ ଥାଉକି, ଗ୍ଲେନ ମ୍ୟାଗଗ୍ରାଥ ଏବଂ ବ୍ରେଟ ଲିଙ୍କ ଭଳି ବୋଲରଙ୍କ ଦକ୍ଷତା ବିରୋଧରେ ଭାରତ ସଂଘର୍ଷ କରିଥିଲା। ଭାରତ ୨୩୪ ରନରେ ଅଲଆଉଟ ହୋଇଥିଲା।

    Maximum 500 characters

    ଖେଳ ଖବର View all

    Find Us on Facebook