Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତୀୟ ଟିମ୍‌ ଶକ୍ତିଶାଳୀ ଅଛି:କମିନ୍ସ

    Share on :
    ajab-Image
    Date: Nov 18, 2023    Views: 3099

    ଅହମ୍ମଦାବାଦ: ବିଶ୍ୱକପ୍‌ ୨୦୨୩ର ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଉଭୟ ଟିମ୍‌ର ଖେଳାଳିମାନେ ଫର୍ମରେ ଥିବାରୁ ମ୍ୟାଚ୍‌ଟି ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ତେବେ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ଖବରଦାତା ସମ୍ମିଳନୀରେ ଦଳର ପ୍ରସ୍ତୁତି ଏବଂ ଭାରତୀୟ ଖେଳାଳିଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି।

    କମିନ୍ସ କହିଛନ୍ତି, ଅହମ୍ମଦାବାଦ ପିଚ୍‌ରେ ବଡ଼ ସ୍କୋର ହେବା ଭଳି ଅନୁଭବ ହେଉଛି। ଏଣୁ ଭଲ ବ୍ୟାଟିଂ କରିହେବ। ଫାଇନାଲରେ ଦର୍ଶକ କିନ୍ତୁ ଏକତରଫା ରହିବେ, ଫଳରେ ଯାହା ବି ହେବ ଠିକ୍‌ ହେବ। ଆମେ ଅନୁତାପ କରି ସ୍ବଦେଶ ଫେରିବାକୁ ଚାହୁଁନାହୁଁ। ପ୍ରଥମ କିଛି ଓଭରରେ ବଲ୍‌ ସ୍ବିଂଗ କରିବ ଏଣୁ ସେତିକି ବେଳେ ଆମେ ଅଧିକ ଉଇକେଟ ନେବାକୁ ଚାହିଁବୁ। ଏଯାବତ ଯେତିକି ମ୍ୟାଚ୍‌ ଜିତିଛୁ, ସବୁଥିରେ ଲଢ଼େଇ ଜୋରଦାର ହୋଇଛି। କୌଣସି ବି ବିଜୟ ସହଜ ନ ଥିଲା। ଫଳରେ ଖେଳାଳିମାନଙ୍କ ଆତ୍ମବିଶ୍ୱାସ ଫେରିଛି। ତେବେ ନିଜ ଦେଶ ଲାଗି ଆଉ ଏକ ବିଶ୍ୱକପ୍‌ ଜିତିବା ତାଙ୍କ ଲାଗି ସୌଭାଗ୍ୟର କଥା ହେବ ବୋଲି ସେ କହିଛନ୍ତି।

    ଏହାଛଡ଼ା ଅଷ୍ଟ୍ରେଲିଆ ଅଧିନାୟକ ଭାରତୀୟ ବୋଲର ମହମ୍ମଦ ଶାମିଙ୍କ ବୋଲିଂରେ ପ୍ରଭାବିତ ହୋଇଥିବା ନଜର ଆସିଛିି। ବୋଲରଙ୍କ ପ୍ରଶଂସାରେ ସେ କହିଛନ୍ତି ଯେ ଭାରତୀୟ ଟିମ୍‌ ଶକ୍ତିଶାଳୀ ଅଛି। ପ୍ରଥମେ ଶାମିଙ୍କୁ ଦଳରେ ନିଆଯାଇ ନ ଥିଲା। ହେଲେ ସେ ଯେବେଠାରୁ ଖେଳିଲେଣି ନିଜର କ୍ଲାସ ଦେଖାଉଛନ୍ତି ବୋଲି କହି ସତର୍କ ରହିବାକୁ ଖେଳାଳିଙ୍କୁ ପରୋକ୍ଷରେ ପରାମର୍ଶ ଦେଇଛନ୍ତି।

    Maximum 500 characters

    ଖେଳ ଖବର View all

    Find Us on Facebook