Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    କାଠ ରୋଷେଇ ସାମଗ୍ରୀ ସଫା ପାଇଁ ଟିପ୍ସ

    Share on :
    ajab-Image
    Date: Jan 21, 2021    Views: 6168

    ରୋଷେଇ ସମୟରେ କେତେଜଣ କାଠର ଖଡ଼ିକା, ଚାମଚ ଇତ୍ୟାଦି ବ୍ୟବହାର କରିଥାନ୍ତି। ଦକ୍ଷିଣ ଭାରତରେ କାଠ ରୋଷେଇ ସାମଗ୍ରୀର ବହୁଳ ବ୍ୟବହାର ଦେଖାଯାଏ। କାଠି ଖଡ଼ିକାରେ ରନ୍ଧା ଖାଦ୍ୟ ଖାଇବା ଶରୀର ପାଇଁ ଭଲ। ଏସବୁ କାଠ ରୋଷେଇ ସାମଗ୍ରୀକୁ ଭଲରେ ସଫା ନ କଲେ ଶୀଘ୍ର ଖରାପ ହୁଏ। ଗୃହିଣୀମାନେ କେତୋଟି ଟିପ୍ସ ଜାଣିରଖିବା ଉଚିତ।
    – ପାଣି ଗରମ କରି ସେଥିରେ ଲୁଣ ୨ଚାମଚ ପକାଇବେ। କାଠ ଚାମଚ ଓ ଅନ୍ୟାନ୍ୟ କାଠ ସାମଗ୍ରୀ ସେହି ପାଣିରେ ପକାଇ ୨୦ ମିନିଟ୍ ଛାଡ଼ିଦେବେ। ପରେ ଭଲରେ ଧୋଇ ଖରାରେ ଶୁଖାଇବେ। ଶୁଖିବା ପରେ ପୋଛି ରଖନ୍ତୁ।
    – କାଠ ଖଡ଼ିକାକୁ ସଫା କରିବା ପାଇଁ ବେକିଂ ସୋଡା ଓ ଲେମ୍ବୁ ସମ ପରିମାଣରେ ନେଇ ପୋଛିନେବେ। ନିୟମିତ ଏହିପରି କଲେ କାଠ ସାମଗ୍ରୀ ଖରାପ ହୁଏନାହିଁ।
    – ସେସବୁ ବାସନକୁ ଭିନେଗାର ପାଣିରେ ଧୋଇଲେ ମଧ୍ୟ ତାହା ଚମକିଉଠେ। ଏକ କପଡ଼ାକୁ ଭିନେଗାର ମିଶା ପାଣିରେ ଓଦା କରି କାଠ ସାମଗ୍ରୀକୁ ପୋଛି ରଖିବା ଭଲ।
    – ଲେମ୍ବୁ ରସକୁ ଗରମପାଣିରେ ଧୋଇ ସେଥିରେ କାଠ ରୋଷେଇ ସାମଗ୍ରୀ ଧୋଇଲେ ଦୁର୍ଗନ୍ଧ ଦୂର ହେବା ସହ ତେଲଚିକିଟା ମଧ୍ୟ ଛାଡ଼ିଯାଏ।

    Maximum 500 characters

    ଘରକରଣ View all

    Find Us on Facebook