Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବଡ଼ ଖୁଲାସା : ପୁରୁଷ ଟିମର ଜର୍ସିକୁ ରିଷ୍ଟିଚ କରି ପିନ୍ଧୁଥିଲେ ମହିଳା କ୍ରିକେଟ ଟିମ

    Share on :
    ajab-Image
    Date: Apr 19, 2022    Views: 5662

    ନୂଆଦିଲ୍ଲୀ : ସମ୍ପ୍ରତି ଭାରତୀୟ ମହିଳା ଟିମ ଅନେକ ସଫଳତା ହାସଲ କରିଛି । ଅନେକ ଖେଳାଳୀ ବିଶ୍ୱରେ ବି ସୁନାମ ଅର୍ଜନ କରିଛନ୍ତି  । ତେବେ ପୂର୍ବତନ ଅଡ଼ିଟର ଜେନେରାଲ ବିନୋଦ ରାଏ ଭାରତୀୟ ମହିଳା ଟିମର ଦୁଃଖ କାହାଣୀ ନିଜ ପୁସ୍ତକ ‘ନଟ ଜଷ୍ଟ ଏ ନାଇଟୱାଚମ୍ୟାନ’ରେ ଉଲ୍ଲେଖ କରିଛନ୍ତି ।

    ସେ ଉଲ୍ଳେଖ କରିଛନ୍ତିଯେ, ୨୦୧୭ ମହିଳା ବିଶ୍ୱକପରେ ଭାରତର ଟ୍ୱେଂଟି ଟ୍ୱେଂଟି ଅଧିନାୟିକା ହରମନପ୍ରୀତ କୌର ୧୭୧ ରନର ଏକ ବିଶାଳ ପାଳି ଖେଳିଥିଲେ  । ସେହି ସମୟରେ କୌରଙ୍କୁ ଅଭିନନ୍ଦନ ଜଣାଇଥିଲେ ବିନୋଦ ରାୟ  । କିନ୍ତୁ କୌର ତାଙ୍କୁ ଯାହା କହିଥିଲେ ତାହା ଶୁଣିବା ପରେ ରାୟଙ୍କ ଆଖିରୁ ଲୁହ ଝରି ଆସିଥିଲା  । କୌର କହିଥିଲେଯ, ସେମାନଙ୍କୁ ବିସିସିଆଇ ପକ୍ଷରୁ ଯେଉଁ ହୋଟେଲର ବ୍ୟବସ୍ଥା କରାଯାଇଛି ସେଠାରେ ସେମାନଙ୍କୁ ଭଲ ଜଳଖିଆ ବି ଦିଆଯାଇନଥିଲା  । ଏପରିକି ଖେଳ ଦିନ ସକାଳେ ସେମାନେ କେବଳ ସିଙ୍ଗେଡ଼ା ହିଁ ଖାଇଥିଲେ  । ସେହି ମ୍ୟାଚରେ ସେ ଦୌଡ଼ି ନପାରିବାରୁ କେବଳ ବାଉଣ୍ଡରୀ ଉପରେ ଫୋକସ କରିଥିଲେ ବୋଲି କୌର ପ୍ରକାଶ କରିଥିଲେ  ।

    ଖାଲି ସେତିକିନୁହେଁ ପୁରଷ କ୍ରିକେଟ ଟିମର ଜର୍ସିକୁ ରିଷ୍ଟିଚ କରି ମହିଳା ଟିମକୁ ଦିଆଯାଉଥିଲା  । ୨୦୦୬ ପର୍ଯ୍ୟନ୍ତ ମହିଳା କ୍ରିକେଟ ଟିମକୁ ଆଦୌ ଗୁରୁତ୍ୱ ଦିଆଯାଉନଥିଲା  । ତେବେ ୨୦୦୬ରେ ଶରଦ ପାୱାର ବିିସିସିଆଇର ଦାୟିତ୍ୱ ନେବାପରେ ମହିଳା ଓ ପୁରୁଷ ଟିମ ସଂଘକୁ ଏକତ୍ର କରାଇଥିଲେ  । ସେତେବେଳେ ପୁରୁଷ ଟିମର ୟୂନିଫର୍ମକୁ କାଟି ମହିଳା ଟିମର ଖେଳାଳୀଙ୍କ ପାଇଁ ଡ୍ରେସ ତିଆରି କରାଯାଉଥିଲା  । ତେଣୁ ବିନୋଦ ରାୟ ନାଇକକୁ ଫୋନ କରିବା ସହ ମହିଳାଙ୍କ ପାଇଁ ଅଲଗା ଡିଜାଇନର ଡ୍ରେସ କରିବାକୁ କହିଥିଲେ ବୋଲି ପୁସ୍ତକରେ ଉଲ୍ଲେଖ ରହିଛି  ।

    Maximum 500 characters

    ଖେଳ ଖବର View all

    Find Us on Facebook