Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମହିଳା ଟି୨୦ ବିଶ୍ବକପ୍‌: ଭାରତର ଅଭିଯାନ ଶେଷ

    Share on :
    ajab-Image
    Date: Jun 29, 2026    Views: 3044

    ଲର୍ଡସ: ଚଳିତ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଭାରତର ଅଭିଯାନ ଶେଷ ହୋଇଯାଇଛି। ରବିବାର ଗ୍ରୁପ୍-୧ର ଶେଷ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ୬ ୱିକେଟ୍‌ରେ ପରାଜୟ ପରେ ଭାରତୀୟ ମହିଳା ଦଳର ସେମିଫାଇନାଲ ଖେଳିବା ଆଶା ମଉଳି ଯାଇଛି। ହରମନପ୍ରୀତ କୌରଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଦିନିକିଆ ବିଶ୍ବ ଚମ୍ପିଆନ୍ ଭାରତ ୪ ୱିକେଟ୍‌ରେ ୧୭୦ ରନ୍‌ କରିଥିଲା। ପରେ ଏଲିଜ୍‌ ପେରୀ ଓ ଆସ୍‌ଲେ ଗାର୍ଡନରଙ୍କ ଅର୍ଦ୍ଧଶତକ ବଳରେ ୬ଟି ବଲ୍‌ ବାକିଥାଇ ୪ ୱିକେଟ୍‌ ହରାଇ ୬ ଥର ବିଶ୍ବ ଚମ୍ପିଆନ୍‌ ଅଷ୍ଟ୍ରେଲିଆ ଜିତି ନେଇଥିଲା। ରବିବାର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ ଭାରତ ୫ଟି ମ୍ୟାଚ୍‌ରୁ ୩ଟି ଜିତି ୬ ପଏଣ୍ଟ ସହ ୩ୟ ସ୍ଥାନରେ ରହି ସେମିଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି। ଅ‌େ‌ଷ୍ଟ୍ରଲିଆ ୧୦ ପଏଣ୍ଟ ସହ ଶୀର୍ଷରେ ଏବଂ ଦକ୍ଷିଣ ଆଫ୍ରିକା ୮ ପଏଣ୍ଟ ସହ ୨ୟ ସ୍ଥାନରେ ରହି ସେମିଫାଇନାଲରେ ପହଞ୍ଚିଛନ୍ତି।
    ଟସ୍ ଜିତି ଭାରତୀୟ ମହିଳା ଦଳ ବ୍ୟାଟିଂ କରିଥିଲା। ଦୁଇ ଭାରତୀୟ ଓପ୍‌ନର ଶେଫାଳି ବର୍ମା ଓ ସ୍ମୃତି ମାନ୍ଧାନା ୬ ଓଭର ପାୱରପ୍ଲେରେ ମାତ୍ର ୪୩ ରନ୍‌ କରିଥିଲେ। ୯ ଓଭରରେ ୬୬ ରନ୍‌ ହେବା ପରେ ଶେଫାଳି ବର୍ମା ୨୬ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୪ ରନ୍‌କରି ଆଉଟ୍‌ ହୋଇଥିଲେ। ସ୍ମୃତି ମାନ୍ଧାନା ନୈରାଶ୍ୟଜନକ ବ୍ୟାଟିଂକରି ୩୭ ବଲ୍‌ରୁ ୬ଟି ଚୌକା ସହ ୩୮ ରନ୍‌ କରିଥିଲେ। ଜେମିମା ରଡ୍ରିଗ୍ବେଜ୍‌ ୨୮ ବଲ୍‌ରୁ ମାତ୍ର ୩୪ ରନ୍‌ କରିବାରୁ ତାଙ୍କୁ ରିଟାୟର୍ଡ ଆଉଟ୍‌ ଘୋଷଣା କରି ଭାରତୀୟ ଦଳ ଡାକି ଆଣିଥିଲା। ଅଧିନାୟିକା ହରମନପ୍ରୀତ କୌର ଆକ୍ରମଣ କରିବାରୁ ଶେଷ ଓଭରରେ ୨୩ ରନ୍‌ ସହ ଭାରତ ଶେଷ ୨ ଓଭରରୁ ୩୬ ରନ୍‌କରି ୧୭୦ ରନ୍‌ରେ ପହଞ୍ଚିଥିଲା। ହରମନପ୍ରୀତ ୨୭ ବଲ୍‌ରୁ ୩ଟି ଛକା ଓ ୬ଟି ଚୌକା ସହ ୫୬ ରନ୍‌ କରିଥିଲେ। ରିଚା ଘୋଷଙ୍କୁ ଜଲ୍‌ଦି ବ୍ୟାଟିଂ ନ ପଠାଇବା ପ୍ରଶ୍ନବାଚୀ ସୃଷ୍ଟିକରିଛି। ଅଧିନାୟିକା ସୋଫି ମୋଲିନ୍ୟୁ ୨ଟି ୱିକେଟ୍‌ ନେଇଥିଲେ। ଅଷ୍ଟ୍ରେଲିଆ ମହିଳା ଦଳ ୧୭୧ ରନ୍‌ର ପିଛା କରିଥିବା ବେଳେ ଜର୍ଜିଆ ଭୋଲ୍‌ ୪ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ଫିବି ଲିଚ୍‌ଫିଲ୍‌ଡ ୨୫ ବଲ୍‌ରୁ ୨୪ ଏବଂ ଓପ୍‌ନର ବେଥ୍‌ ମୁନି ୨୦ ବଲ୍‌ରୁ ୨୨ ରନ୍‌କରି ଆଉଟ୍‌ ହୋଇଥିଲେ। ୬୮ ରନ୍‌ରେ ଅଷ୍ଟ୍ରେଲିଆ ୩ଟି ୱିକେଟ୍‌ ହରାଇବା ପରେ ଏଲିଜ୍‌ ପେରୀ ଓ ଆସ୍‌ଲେ ଗାର୍ଡନର ଅର୍ଦ୍ଧଶତକ ହାସଲକରି ଦଳକୁ ଜିତାଇଥିଲେ। ଏଲିଜ୍‌ ପେରୀ ୩୮ ବଲ୍‌ରୁ ୮ଟି ଚୌକା ସହ ୫୬ ରନ୍‌କରି ଆଉଟ୍‌ ହୋଇଥିଲେ। ଆସ୍‌ଲେ ଗାର୍ଡନର ଆକ୍ରମଣ କରି ମାତ୍ର ୨୯ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୫୩ ରନ୍‌କରି ଅପରାଜିତ ରହିଥିଲେ। ଶ୍ରୀ ଚରଣି ୨ଟି ୱିକେଟ୍‌ ନେଇଥିଲେ। ଏଲିଜ୍‌ ପେରି ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook