Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    Share on :
    ajab-Image
    Date: Sep 19, 2023    Views: 3359

    ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ୩୩ % ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ମହିଳାଙ୍କୁ ସଂରକ୍ଷଣ ନେଇ ପ୍ରଥମେ ଦାବି ଉଠାଇଥିଲା ବିଜେଡି । ସୋମବାର ମଧ୍ୟ ସଂସଦରେ ଏହି ଦାବି ଉଠାଇଥିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ନୂଆ ସଂସଦ ଭବନରେ ମହିଳା ସଂରକ୍ଷଣ ବିଲ୍ ପ୍ରଥମ ବିଲ୍ ଭାବେ ପାରିତ ହେଉ ବୋଲି ସେ କହିଥିଲେ । ଏବେ ଏହାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଦୀର୍ଘ ଦିନର ଦାବି ଏକପ୍ରକାର ସଫଳ ହେଉଥିବାର ଦେଖାଯାଇଛି । ମହିଳା ସଂରକ୍ଷଣ ବିଲକୁ ୨୦ ସେପ୍ଟେମ୍ବର ଅର୍ଥାତ ବୁଧବାର ସଂସଦରେ ଆଗତ କରାଯାଇପାରେ । ବିଲ୍ ଆଇନରେ ପରିଣତ ହେବା ପରେ ଲୋକସଭା ଏବଂ ବିଧାନସଭା ଭଳି ନିର୍ବାଚିତ ସଂସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook