Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୧୫ ରୁ ଓସିଏ ପକ୍ଷରୁ ମହିଳା କି୍ରକେଟ ଲିଗ

    Share on :
    ajab-Image
    Date: Jan 11, 2021    Views: 3058

    କଟକ: ଓଡ଼ିଶା କି୍ରକେଟ ଲିଗ ପରେ ଓସିଏ ପକ୍ଷରୁ ଆସନ୍ତା ୧୫ ତାରିଖରୁ ମହିଳା କି୍ରକେଟ ଲିଗ ଆରମ୍ଭ ହେବାକୁ ଯାଉଛି । ଲିଗର ସମସ୍ତ ମ୍ୟାଚ ଭୁବନେଶ୍ୱରରେ କିଟ, ବିକାଶ ଓ ମୂଳା ପଡ଼ିଆରେ ଅନୁଷ୍ଠିତ ହେବ । ଏହି ଲିଗରେ ଓଡ଼ିଶା ରେଡ, ଓଡ଼ିଶଶ ପର୍ପଲ, ଓଡ଼ିଶା ଭାଓଲେଟ, ଓଡ଼ିଶା ଗ୍ରୀନ, ଓଡ଼ିଶା ୟେଲୋ ଏବଂ ଓଡ଼ିଶା ଅରେଞ୍ଜ ନାମରେ ୬ଟି ଦଳ ଅଂଶଗ୍ରହଣ କରିଥିଲେ । ୧୫ ତାରିଖରୁ ମ୍ୟାଚ ଆରମ୍ଭ ହୋଇ ୨୭ ତାରିଖରେ ଶେଷ ହେବ । ପ୍ରତ୍ୟେକ ଦିନ ତିନିଟ ଲେଖାଏଁ ମ୍ୟାଚ ଖେଳାଯିବ । ରାଉଣ୍ଡ ରବିନରେ ସବୁ ଦଳ ମ୍ୟାଚ ଖେଳିବା ପରେ ପଏଣ୍ଟ ଆଧାରରେ ବିଜେତା ଘୋଷଣା କରାଯିବ । ଏହି ପ୍ରତିଯୋଗିତା ପାଇଁ ମୋଟ ୯୦ ଜଣ ଖେଳାଳିଙ୍କୁ ୬ ଦଳ ମଧ୍ୟରେ ବାଣ୍ଟି ଦିଆଯାଇଛି । ସେମାନଙ୍କ ମଧ୍ୟରେ ୫୪ ଜଣ ରାଜ୍ୟକୁ ପ୍ରତିନିଧିତ୍ୱ କରିସାରିଥିବା ବେଳେ ଅନ୍ୟ ୩୬ ଜଣଙ୍କୁ ମହିଳା କି୍ରକେଟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଜରିଆରେ ଚୟନ କରାଯାଇଛି ।

     

    Maximum 500 characters

    ଖେଳ ଖବର View all

    Find Us on Facebook