Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମହିଳାଙ୍କ ପାଇଁ ସ୍ୱତନ୍ତ୍ର ୨ କାଉଣ୍ଟର

    Share on :
    ajab-Image
    Date: Jun 9, 2022    Views: 4220

    କଟକ: ଆସନ୍ତା ୧୨ ତାରିଖରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ । ଆଜିଠୁ କାଉଣ୍ଟରରେ ଟିକେଟ ବିକ୍ରି ହେବ । କଟକବାସୀଙ୍କୁ ଘାରିଛି କ୍ରିକେଟ ନିଶା । ଷ୍ଟାଡିୟମ ବାହାରେ ଯାତ୍ରା ପଡିଆ ପରି ଭିଡ ଲଗାଇଛନ୍ତି ଫ୍ୟାନ୍ସ । ଟିକେଟ ବିକ୍ରି ପାଇଁ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଲାଇନ କରାଯାଇଛି । କାଉଣ୍ଟର ଆଗରେ ମହିଳାଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଛି । ୯ଟି କାଉଣ୍ଟରରେ ୧୨ ହଜାର ଟିକେଟ ବିକ୍ରି ନେଇ ବ୍ୟବସ୍ଥା ହୋଇଛି । ମହିଳା ଦର୍ଶକଙ୍କ ପାଇଁ ୨ଟି କାଉଣ୍ଟକ ଖୋଲିଛି ।

    ଦର୍ଶକଙ୍କ ପାଇଁ କାଉଣ୍ଟରରେ ମୋଟ୍ ୧୨ ହଜାର ୯୩ଟି ଟିକେଟ୍ ଉପଲବ୍ଧ ହେବ । ସେଥିରୁ ୧୩୬୨ଟି ଦାମୀ ଟିକେଟ୍ ରହିଥିବା ବେଳେ ୧୦ ହଜାର ୭୩୧ଟି ଗ୍ୟାଲେରୀ ଟିକେଟ୍ ବିକ୍ରି ହେବ । ୯ଟି କାଉଂଟରରେ ଟିକେଟ୍ ମିଳିବ । ମହିଳାଙ୍କ ପାଇଁ ସ୍ୱତନ୍ତ୍ର ୨ଟି କାଉଣ୍ଟର ରହିଛି । ପୋଲିସ ପକ୍ଷରୁ କାଉଣ୍ଟର ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କାଉଣ୍ଟର ଭିତର ଓ ବାହାର ସୁରକ୍ଷା ପାଇଁ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଟିକେଟ୍ ବିକ୍ରି ସମୟରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ ।

    Maximum 500 characters

    ଖେଳ ଖବର View all

    Find Us on Facebook