Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଶୀତ ଦିନରେ ନିଜକୁ କେମିତି ରଖିବେ ସୁରକ୍ଷିତ ?

    Share on :
    ajab-Image
    Date: Nov 23, 2022    Views: 2487

    ଭୁବନେଶ୍ୱର: ଏବେ ଅସହ୍ୟ ଥଣ୍ଡାରେ ଥରୁଛି ଓଡ଼ିଶା । ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ଏହି ଶୀତରେ ନିଜକୁ କେମିତି ସୁରକ୍ଷିତ ରଖିବେ ସେ ନେଇ ଆପଣଙ୍କୁ କିଛି ଟିପ୍‌ସ କହୁଛୁ । 

    ୧- ବଢ଼ୁଥିବା ଶୀତକୁ ଦୃଷ୍ଟିରେ ରଖି, ଯଥା ସମ୍ଭବ ଘର ଭିତରେ ରୁହନ୍ତୁ ଏବଂ ଏକୁଟିଆ ରହୁଥିବା ବୟସ୍କ ବ୍ୟକ୍ତି ଓ ଶିଶୁଙ୍କ ପ୍ରତି ବିଶେଷ ଧାନ ରଖନ୍ତୁ ।

    ୨- ଘରୁ ବାହାରକୁ ବାହାରିଲେ, ସ୍ୱେଟର୍, ଟୋପି, ପାଦରେ ଜୋତା ମୋଜା ବ୍ୟବହାର କରନ୍ତୁ।

    ୩-ଜେନେରେଟର୍, କିରୋସିନ୍ ଲଣ୍ଠନ ଲଗାଇଲେ ଶୋଇବା ପୂର୍ବରୁ ବିଷାକ୍ତ ଧୂଆଁ ଘର ବାହାରକୁ ଯିବାର ବ୍ୟବସ୍ଥା କରନ୍ତୁ ।

    ୪- ରୋଷେଇ ସମୟରେ ଏବଂ ନିଆଁ ପୋଇବା ବେଳେ ଯଥେଷ୍ଟ ଧ୍ୟାନ ରଖନ୍ତୁ ।

    ୫-ଗରମ ଖାଦ୍ୟ ଖାଆନ୍ତୁ, ଉଷୁମ ପାଣି ପିଅନ୍ତୁ ।

    ୬-ଗୃହପାଳିତ, ପଶୁ, ପକ୍ଷୀଙ୍କୁ ରାତିରେ ବାହାରେ ରହିବାକୁ ଦିଅନ୍ତୁ ନାହିଁ।

    ୭-ଶୀତ ଯୋଗୁଁ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

    ୮-ଶୀତ ପ୍ରବାହ ଜାଣିବା ପାଇଁ ଗଣମାଧ୍ୟମରେ ଦିଆଯାଉଥିବା ସୂଚନା ପ୍ରତି ଧ୍ୟାନ ଦିଅନ୍ତୁ।

    Maximum 500 characters

    ବିଶେଷ View all

    Find Us on Facebook