Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅସମ୍ଭାଳ ଜାଡ଼:ଥରୁଛି ପୂରା ଓଡ଼ିଶା

    Share on :
    ajab-Image
    Date: Dec 13, 2025    Views: 3768

    ଭୁବନେଶ୍ୱର: ଥରୁଛି ପୂରା ଓଡ଼ିଶା । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୦ରୁ ୧୨ ଡିଗ୍ରୀ ପାଖାପାଖି ରହିଛି । ୧୩ ଓ ୧୪ ତାରିଖରେ କିଛି ସ୍ଥାନରେ ଭୀଷଣ ଶୀତ ଲହରି ବହିପାରେ । ଅସମ୍ଭାଳ ଜାଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇବ । ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି ।

    ଶନିବାର ଓ ରବିବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ସବୁଠୁ ଅଧିକ ଶୀତ ଅନୁଭୂତ ହେବ । ଫୁଲବାଣୀ, ବୌଦ୍ଧ, ଅନୁଗୁଳ, ସୋନପୁର, ବଲାଙ୍ଗିର, ଟିଟିଲାଗଡ଼, କୋରାପୁଟ ଓ ନବରଙ୍ଗପୁରରେ ପାରଦ ୧୦ ଡିଗ୍ରୀ ତଳେ ବା ଏହା ପାଖାପାଖି ରହିପାରେ । ଉତ୍ତର ଓ ଉପକୂଳ ଓଡ଼ିଶାରେ ବି ଶୀତରୁ ତ୍ରାହି ମିଳବନି ।

    ଜି. ଉଦୟଗିରିରେ ପାରଦ ପୁଣି ତଳମୁହାଁ ହୋଇଛି । ଏଠାରେ ରାତି ତାପମାତ୍ରା ୩.୧ ଡିଗ୍ରୀ ରହିଥିଲା । ସେମିଳିଗୁଡ଼ାରେ ୩.୬,ଫୁଲବାଣୀରେ ୫.୫, ଦାରିଙ୍ଗବାଡ଼ିରେ ୬.୫, ଚିପିଲିମାରେ ୬.୬, ଝାରସୁଗୁଡ଼ାରେ ୭.୧, ରାଉରକେଲାରେ ୭.୨, ଭବାନୀପାଟଣାରେ ୭.୫, କୋରାପୁଟରେ ୮.୧, କିରେଇରେ ୮.୪, ଅନୁଗୁଳରେ ୮.୬, ବଲାଙ୍ଗିରରେ ୯, ନବରଙ୍ଗପୁରରେ ୯.୨, କେନ୍ଦୁଝର ଓ ସୁନ୍ଦରଗଡ଼ରେ ରାତି ତାପମାତ୍ରା ୯.୬ ଡିଗ୍ରୀ ରହିଥିଲା । ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୬.୨ ଡିଗ୍ରୀ କମ୍ ରହିଥିଲା। ହୀରାକୁଦରେ ୪.୨, ଗୋପାଳପୁରରେ ୪.୧, ଫୁଲବାଣୀରେ ୩.୬, ଭୁବନେଶ୍ୱରରେ ୩.୪, କେନ୍ଦୁଝରରେ ସ୍ୱାଭାବିକଠାରୁ ୩.୨ ଡିଗ୍ରୀ କମ୍ ରେକର୍ଡ ହୋଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook