Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଫେରିପାରେ ହାଲୁକା ଥଣ୍ଡା

    Share on :
    ajab-Image
    Date: Feb 6, 2026    Views: 2680

    ଭୁବନେଶ୍ୱର: ଫେରିପାରେ ହାଲୁକା ଥଣ୍ଡା । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ ଆସନ୍ତା ୩ ଦିନ ଭିତରେ । ସାମୟିକ ଭାବେ ଏହି ଶୀତ ଅନୁଭୂତ ହୋଇପାରେ । ଏହା ପରବର୍ତ୍ତୀ ୩ ଦିନରେ ରାତି ତାପମାତ୍ରା ପୁଣି ସାମାନ୍ୟ ବଢ଼ିବା ସମ୍ଭାବନା ଅଛି । ଏଭଳି ପୂର୍ବାନୁମାନ ଦେଖାଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।

    ସେହିପରି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆସନ୍ତା ଦୁଇ ସପ୍ତାହ ପାଇଁ ପାଣିପାଗର ବିସ୍ତାରିତ ଆକଳନ ଜାରି ହୋଇଛି । ଏଥିରେ ଅନୁମାନ କରାଯାଉଛି, ପୂର୍ବ ଭାରତରେ ଆସନ୍ତା ୧୯ ପର୍ୟ୍ୟନ୍ତ ରାତି ତାପମାତ୍ରା ସ୍ୱାଭାବିକଠାରୁ ସାମାନ୍ୟ କମ୍ ରହିପାରେ । ଅର୍ଥାତ୍ ଓଡ଼ିଶାରେ ବି ସେପର୍ୟ୍ୟନ୍ତ ହାଲୁକା ଥଣ୍ଡା ପ୍ରଭାବ ରହିପାରେ । ରାତି ତାପମାତ୍ରା ସାମାନ୍ୟ କମିଛି ବିଭିନ୍ନ ସ୍ଥାନରେ ।

    ବୁଧବାର ରାତିରେ ଜି.ଉଦୟଗିରି ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରୀ ସେଲସିୟସ୍ ଥିବାବେଳେ ସେମିଳିଗୁଡ଼ା ୯.୧ ଡିଗ୍ରୀ ଥିଲା । କଟକ, ଭୁବନେଶ୍ୱର, କେନ୍ଦୁଝର, ଭବାନୀପାଟଣା, ତାଳଚେର, ବଲାଙ୍ଗୀର, କୋରାପୁଟ, ଫୁଲବାଣୀ, ମାଲକାନଗିରି, ଦାରିଙ୍ଗିବାଡ଼ି, ଯାଜପୁର, ନୂଆପଡ଼ା, ନବରଙ୍ଗପୁର, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ରାଉରକେଲାରେ ପାରଦ ୧୫ ଡିଗ୍ରୀ ତଳେ ଥିଲା । ଦିନ ତାପମାତ୍ରା ପ୍ରାୟତଃ ୩୧ ଡିଗ୍ରୀ ଭିତରେ ରହିଥିଲା । ଆସନ୍ତା ୯ ତାରିଖ ପର୍ୟ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ରହିପାରେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook