Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଝାରସୁଗୁଡ଼ାରେ ରେକର୍ଡ ଭାଙ୍ଗିଲା ଶୀତ

    Share on :
    ajab-Image
    Date: Jan 7, 2026    Views: 3556

    ଭୁବନେଶ୍ୱର : ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଲା । ୫ ଡିଗ୍ରୀକୁ ଖସି ଆସିଲା ଥଣ୍ଡା । ଅସମ୍ଭାଳ ଜାଡ଼ ଥରାଇ ଦେଲା । ଖାଲି ଆଭ୍ୟନ୍ତରୀଣ କି ଦକ୍ଷିଣ ଓଡ଼ିଶା ନୁହେଁ, ଉପକୂଳ ବି ଥରିଲା । ଅସହ୍ୟ ଶୀତରେ କଲବଲ ହେଲା ଟ୍ୱିନ୍ ସିଟି । ଆଗକୁ ବି ଏଥିରୁ ତ୍ରାହି ମିଳିବାର ଆଶା ନାହିଁ । ଆସନ୍ତା ୨ରୁ ୩ ଦିନ ଯାଏ ପୂରା ଓଡ଼ିଶା ଥରିବ । ୬ ଜିଲ୍ଲାରେ ଶୀତ ଲହରି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
    ବୁଧବାର ରାତି ତାପମାତ୍ରା ଝାରସୁଗୁଡ଼ାରେ ୫ଡିଗ୍ରୀ, ରାଉରକେଲାରେ ୬ ଡିଗ୍ରୀ, ସୁନ୍ଦରଗଡ଼ରେ ୭, ଫୁଲବାଣୀରେ ୮, ବୌଦ୍ଧ, ଅନୁଗୁଳ, କୋରାପୁଟ, ବଲାଙ୍ଗୀର, ଢେଙ୍କାନାଳରେ ୯ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗୁରୁବାର ଝାରସୁଗୁଡ଼ାରେ ୬ ଡିଗ୍ରୀ, ରାଉରକେଲାରେ ୭, ସୁନ୍ଦରଗଡ଼ ଓ ଫୁଲବାଣୀରେ ୮, କୋରାପୁଟ ଓ ବଲାଙ୍ଗୀରରେ ୯ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୧୦ ତାରିଖରେ ବି ପୂରା ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହୋଇପାରେ । ବୁଧବାର ଝାରସୁଗୁଡ଼ା, ସୁନ୍ଦରଗଡ଼, କୋରାପୁଟ, ଅନୁଗୁଳ, କଟକ ଓ ଜଗତ୍ସିଂହପୁର ଜିଲ୍ଲାରେ ଶୀତ ଲହରୀ ଅନୁଭୂତ ହୋଇପାରେ । ଗୁରୁବାର ଝାରସୁଗୁଡ଼ା, ସୁନ୍ଦରଗଡ଼, କୋରାପୁଟ, ଅନୁଗୁଳ, କଟକ ଓ ଜଗତସିଂହପୁରରେ ଶୀତ ଲହରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
    ଝାରସୁଗୁଡ଼ାରେ ଗତକାଲି ରେକର୍ଡ ଶୀତ ଅନୁଭୂତ ହୋଇଥିଲା । ୫.୧ ଡିଗ୍ରୀ ରାତି ତାପମାତ୍ରା ସହ ଏହା ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଥିଲା । ୨୦୨୩ ମସିହା ଜାନୁୟାରୀ ୭ ତାରିଖରେ ଏଠାରେ ପାରଦ ୫.୬ ଡିଗ୍ରୀ ଥିଲା । ୨୦୨୦ ଡିସେମ୍ବର ୨୧ରେ ପାରଦ ୫.୮ ଓ ୨୦୨୫ ଜାନୁୟାରୀ ୯ରେ ୬ ଡିଗ୍ରୀ ଥିଲା । ୧୯୮୬ ମସିହା ଜାନୁୟାରୀ ୬ତାରିଖରେ ୬.୧ ଡିଗ୍ରୀରେ ଥରିଥିଲା ଝାରସୁଗୁଡ଼ା । ଝାରସୁଗୁଡ଼ା ସମେତ ୧୬ ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିଲା । ରାଉରକେଲାରେ ୬.୬, କିରେଇ ଓ ଜି ଉଦୟଗିରିରେ ୬.୮, ଦାରିଙ୍ଗବାଡ଼ିରେ ୭.୫, ସୁନ୍ଦରଗଡ଼ରେ ୭.୬, ସେମିଳିଗୁଡ଼ାରେ ପାରଦ ୮.୫ ଡିଗ୍ରୀ ରହିଥିଲା । କଟକରେ ୧୦ ଡିଗ୍ରୀ ଓ ଭୁବନେଶ୍ୱରରେ ୧୨.୯ ଡିଗ୍ରୀ ରହିଥିଲା । ଭୋର୍ ସମୟରେ ରାଜଧାନୀରେ ଦେଶର ଉତ୍ତର-ଉତ୍ତର ପୂର୍ବ ଦିଗରୁ ୧୦ରୁ ୧୫ କିମି ବେଗରେ ଥଣ୍ଡା ପବନ ବହିଥିଲା । ଏଥିପାଇଁ ଦିନ ତାପମାତ୍ରା ବି କମ୍ ରହିଥିଲା । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook