Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟରେ ଜାରି ରହିଛି ଥଣ୍ଡାର ପ୍ରକୋପ

    Share on :
    ajab-Image
    Date: Dec 27, 2025    Views: 2978

    ଭୁବନେଶ୍ୱର:ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ ପାଗ ଶୁଖିଲା ରହିବା ସହିତ ଆସନ୍ତା ୪/୫ ଦିନ ପର୍ୟ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ। ତେବେ ଏହାପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆସନ୍ତା ୫ଦିନ ଅର୍ଥାତ୍‌ ଡିସେମ୍ବର ୩୧ ପର୍ୟ୍ୟନ୍ତ କନ୍ଧମାଳ, କୋରାପୁଟ, ନୟାଗଡ଼, ଗଞ୍ଜାମ, ଜଗତ୍‌ସିଂହପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ଗଜପତି ଆଦି ଜିଲାକୁ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।
    ଶୁକ୍ରବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା କେରାପୁଟଠାରେ ୪.୮ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଏହା ସ୍ବାଭାବିକଠାରୁ ୭.୯ ଡିଗ୍ରୀ କମ୍‌ ବୋଲି ବିଭାଗ ସୂଚନା ଦେଇଛି। ସେହିପରି ସିମିଳିଗୁଡାରେ ୬.୩ ଡିଗ୍ରୀ, ଦାରିଙ୍ଗିବାଡି ୬.୫, ଫୁଲବାଣୀ ୭.୫, ଜି.ଉଦୟଗିରି ୭.୮, ରାଉରକେଲା ୮, କିରେଇ ୮.୩, ନବରଙ୍ଗପୁର ୮.୫, ସୁନ୍ଦରଗଡ ୯ ଓ ଭବାନୀପାଟଣାରେ ୯.୮ ଡିଗ୍ରୀ ତାପମାତ୍ରା ରହିଥିଲା।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook