Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୧୬ରୁ ପୁଣି ବଢ଼ିବ ଥଣ୍ତାର ପ୍ରଭାବ

    Share on :
    ajab-Image
    Date: Jan 11, 2025    Views: 3656

    ଭୁବନେଶ୍ୱର: ରାଜ୍ୟରେ ଗତ କିଛିଦିନ ହେଲା ଶୀତ ଲହରି ଜାରି ରହିଛି। ୧୦ ସହରରେ ପାରଦ ୧୦ ଡିଗ୍ରୀ ଓ ଏହା ତଳେ ରହିଛି। ମାତ୍ର ରବିବାରଠାରୁ ଶୀତ କମିଯିବ ଓ ୧୬ ତାରିଖରୁ ପୁଣି ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁଙ୍କ ସୂଚନାନୁସାରେ, ୧୨ ତାରିଖରୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ। ଫଳରେ ଶୀତ ଲହରିରେ ବ୍ରେକ୍‌ ଲାଗିବ। ମାତ୍ର ୧୬ ତାରିଖରୁ ପୁଣି ଥଣ୍ତାର ପ୍ରଭାବ ବଢ଼ିବ। ଫେବୃଆରୀ ଦ୍ୱିତୀୟ ସପ୍ତାହ ଯାଏ ଥଣ୍ତା ଜାରି ରହିବ। ତେବେ ଶୁକ୍ରବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବାବେଳେ ପାରଳାଖେମୁଣ୍ଡିରେ ୩୦ ଡିଗ୍ରୀ ସେଲସିୟସ୍‌ ରହିଥିଲା। ଶନିବାର ଅନୁଗୋଳ, ଢ଼େଙ୍କାନାଳ, କନ୍ଧମାଳ, କୋରାପୁଟ ଓ ସୁନ୍ଦରଗଡ଼ ଆଦି ଜିଲାରେ ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ ରହିଛି। ଝାରସୁଗୁଡ଼ା, କେନ୍ଦୁଝରଗଡ଼, କଳାହାଣ୍ଡି, ଖୋର୍ଦ୍ଧା, କଟକ, ଜଗତ୍‌ସିଂପୁର, କେନ୍ଦ୍ରାପଡ଼ା ଆଦି ଜିଲାରେ ହାଲୁକାରୁ ମଧ୍ୟମ ଧରଣ କୁହୁଡ଼ି ଦେଖିବାକୁ ମିଳିବ। ପରବତ୍ତର୍ତ୍ତୀ ୨ଦିନ ମଧ୍ୟ ବିଭିନ୍ନ ଜିଲାକୁ କୁହୁଡ଼ି ନେଇ ପାଣିପାଗ ବିଭାଗ ୟେଲୋ ଓ୍ବାର୍ନିଂ ଦେଇଛି।

    Maximum 500 characters

    ତାଜା ଖବର View all

    Find Us on Facebook