Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଆହୁରି ୪ ଦିନ ଲାଗି ରହିବ ଶୀତ ପ୍ରକୋପ

    Share on :
    ajab-Image
    Date: Dec 15, 2023    Views: 2841

    ଭୁବନେଶ୍ୱର: ଭୀଷଣ ଶୀତରେ ଥରୁଛି ଆଭ୍ୟନ୍ତରୀଣ ଓଡ଼ିଶା । ଉପକୂଳ ଅଞ୍ଚଳରେ ବି ଶୀତ ପ୍ରକୋପ ଜାରି ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଏଭଳି ସ୍ଥିତି ଆହୁରି ୪ ଦିନ ଲାଗି ରହିବ ।

    ପାଣିପାଗ ବିଭାଗ ସୂଚନା ଅନୁସାରେ ଜି.ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ, କିରେଇ ୯ ଡିଗ୍ରୀ, ଫୁଲବାଣୀ ୯, ଦାରିଙ୍ଗିବାଡ଼ି ୯.୫, କେନ୍ଦୁଝର ୧୦.୨, କୋରାପୁଟ ୧୦.୪, ସୁନ୍ଦରଗଡ଼ ୧୦.୬ ଓ ସେମିଳିଗୁଡ଼ା ୧୦.୭ ଡିଗ୍ରୀ ସେଲସିୟସ୍‌ ଥିଲା । ସନ୍ଧ୍ୟା ପରେ ଓ ସକାଳୁ ସକାଳୁ କାଲୁଆ ପବନ ବହୁଛି । ଉପକୂଳ ଓଡ଼ିଶାରେ ଭୁବନେଶ୍ୱର ୧୫.୫, କଟକ ୧୫.୫ ଡିଗ୍ରୀ ରେକର୍ଡ ହୋଇଛି ।

    ପୂର୍ବାନୁମାନ କହୁଛି, ଶୁକ୍ରବାର ସକାଳେ କେନ୍ଦୁଝର, କନ୍ଧମାଳ, ଢେଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ । ଶୁକ୍ରବାର ରାତି ଓ ଶନିବାର ସକାଳେ ମଧ୍ୟ ଏସବୁ ଜିଲ୍ଲାରେ କୁହୁଡ଼ି ସମ୍ଭାବନା ଅଛି।

    Maximum 500 characters

    ଘରକରଣ View all

    Find Us on Facebook