Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କମୁଛି ତାପମାତ୍ରା, ବଢୁଛି ଶୀତ

    Share on :
    ajab-Image
    Date: Nov 25, 2021    Views: 2993

    ଭୁବନେଶ୍ବର: ରାଜ୍ୟରେ ବଢିଛି ଶୀତ । ବିଭିନ୍ନ ସ୍ଥାନରେ ତାପମାତ୍ରା କମିବା ସହ ବଢ଼ିବାରେ ଲାଗିଛି ଶୀତର ପ୍ରକୋପ । ଆଗକୁ ଶୀତ ଆହୁରି ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

    ଆଭ୍ୟନ୍ତରୀଣ ଓଡ଼ିଶାରେ ଦେଖାଯାଉଛି ଘନ କୁହୁଡ଼ି । ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଅଧିକାଂଶ ଜିଲ୍ଲାରେ ଶୀତର ପ୍ରକୋପ ବଢିଛି । ଆଗାମୀ ଦିନରେ ରାଜ୍ୟରେ ମୁଖ୍ୟତଃ ଶୁଖିଲା ପାଗ ରହିବ । ଉପାନ୍ତରୁ ଉପକୂଳ ସବୁଠି ସ୍ବାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା କମିବ । ଶୀତ ବଢିବା ସହ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କୁହୁଡି ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

    Maximum 500 characters

    ତାଜା ଖବର View all

    Find Us on Facebook