Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭଦ୍ର ଦମ୍ପତିଙ୍କ ଅଭଦ୍ରାମୀ, ସୋସିଆଲ ମିଡ଼ିଆ ରେ ମାଙ୍କଡ ଦେଖେଇ ରୋଜଗାର କରୁଛନ୍ତି ଟଙ୍କା

    Share on :
    ajab-Image
    Date: Mar 19, 2023    Views: 3232

    ଯାଜପୁର : ସୂଚନାଯୋଗ୍ୟ, ହନୁ ମାଙ୍କଡ ବନ୍ୟ ପ୍ରାଣୀ ଆଇନ ରେ ସଂରକ୍ଷିତ ପ୍ରାଣୀ । ଏମାନଙ୍କୁ ଧରିବା, ଘରେ ପୋଷିବା ଆଦି ବେଆଇନ କାମ । ବନ୍ୟ ପ୍ରାଣୀ ଆଇନ ହେତୁ ମାଙ୍କଡ ନାଚ ବନ୍ଦ ହେବା ଯୋଗୁଁ ମାଙ୍କଡିଆ କେଳା ମାନେ ଜୀବିକା ହରେଇଲେ । ହେଲେ ଯାଜପୁର ର ଭଦ୍ର ଦମ୍ପତ୍ତି ବାରମ୍ବାର ମାଙ୍କଡ ମାନଙ୍କୁ ଛୁଆ ବେଳୁ ମା ପକ୍ଷରୁ ଛଡେଇ ଆଣି ଭିଡିଓ ସୁଟିଂ କରି ସୋସିଆଲ ମେଡିଆରେ ଅଧିକ ଲାଇକ ଓ ଭିୟୁ କିପରି ପାଇବେ ସେଇ କାମରେ ସଦା ସର୍ବଦା ଲିପ୍ତ ରହୁଛନ୍ତି । ସୋସିଆଲ ମେଡିଆରୁ ମୋଟା ଅଙ୍କାରା ଟଙ୍କା ମିଳୁଥିବାରୁ ଦେଶର ଆଇନ କୁ ଜଳାଞ୍ଜଳି ଦେବାକୁ ପଛାଉନାହାନ୍ତି ଭଦ୍ର ଦମ୍ପତ୍ତି । ଗତ କିଛି ଦିନ ତଳେ ୩ ଟି ହନୁ ମାଙ୍କଡ ଙ୍କୁ ଧରି ମଧ୍ୟ ପ୍ରଦେଶ ଯାଇ ବାଗେଶ୍ଵର ଧାମ ରେ ବୁଲା ବୁଲି କରି ଭିଡିଓ କୁ ଉଭୟ ଫେସବୁକ ଏବଂ ୟୁଟ୍ୟୁବ ରେ ପୋଷ୍ଟ କରିଥିଲେ । ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କ ସେହି ଭିଡିଓ କୁ ଭିତ୍ତି କରି ଭଦ୍ର ଦମ୍ପତ୍ତି ଙ୍କ ବିରୁଦ୍ଧରେ ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ୱାବଧାରକ ମକୁ ଇମେଲ ଜରିଆରେ ଚିଠି ଲେଖିଛନ୍ତି । ଏଇ ଚିଠିର ନକଲ ବନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଫାଇଭ ଟି ସଚିବ, ଏବଂ ୱାଇଲ୍ଡ ଲାଇଫ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ର ଅତିରିକ୍ତ ନିର୍ଦେଶକ ଙ୍କୁ ମଧ୍ୟ ଦେଇଛନ୍ତି । 

    ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯେ କୌଣସି ବନ୍ୟ ପ୍ରାଣୀ ନେବାକୁ ହେଲେ ଉଭୟ ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ୱାବଧାରକଙ୍କର ଅନୁମତି ଦରକାର ହୋଇଥାଏ । ତେଣୁ, ଭଦ୍ର ଦମ୍ପତ୍ତି ଓଡିଶାରୁ ୩ ଟି ମାଙ୍କଡ ନେଇ ମଧ୍ୟ ପ୍ରଦେଶ ଯାଇ ଡ୍ରାମା କରିବା ଏକ ଗୁରୁତର ବନ୍ୟ ପ୍ରାଣୀ ଅପରାଧ । ବିନା ପରିଶ୍ରମରେ ଡ୍ରାମା କରି ସୋସିଆଲ ମେଡିଆରୁ ଟଙ୍କା ରୋଜଗାର ହେଉଥିବାରୁ ଭଦ୍ର ଦମ୍ପତ୍ତି ଏଇଭଳି ପନ୍ଥା ଆପଣେଇଛନ୍ତି । ଆଗରୁ ମଧ୍ୟ ଟଙ୍କା ନାମରେ ମାଙ୍କଡ ନାଚ, ନାଗ ସାପ ଦାନ୍ତ ଭାଙ୍ଗି, ସାପ କୁ ବେକରେ ପକେଇ ନାଗିନ ଡ୍ୟାନ୍ସ ଭିଡିଓ ସୁଟିଂ କରି ସୋସିଆଲ ମେଡିଆରୁ ମୋଟା ଅଙ୍କର ଅର୍ଥ ଉପାର୍ଜନ କରିଛନ୍ତି । ରାଜ୍ୟର ବନ ବିଭାଗ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ସେ ଏଇଭଳି କାମ କରିବାକୁ ସାହସ ପାଉଛନ୍ତି ବୋଲି ଶୁଭେନ୍ଦୁ  କହିଛନ୍ତି । ଅଧିକନ୍ତୁ, ଭଦ୍ର ଦମ୍ପତ୍ତିଙ୍କ ଖୁଲମ ଖୁଲା ବେଆଇନ କାମ ଯୋଗୁଁ  ଅନ୍ୟମାନେ ମଧ୍ୟ ବନ୍ୟ ପ୍ରାଣୀ ଙ୍କ ସହିତ ଭିଡିଓ ସୋସିଆଲ ମେଡିଆରେ ପୋଷ୍ଟ କରିବା ପାଇଁ ପ୍ରୋଶ୍ଚାହନ ପାଉଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଶୁଭେନ୍ଦୁ । ତେଣୁ ତାଙ୍କର ବେଆଇନ ରୋଜଗାର ଅର୍ଥ ବା ସମ୍ପତ୍ତି କୁ ଜବତ କରି ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠି କୁ ଦେବା ଉଚିତ ବୋଲି ଶୁଭେନ୍ଦୁ କହିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook