Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ତିନି ତିନି ଥର ବିଧାୟକଙ୍କ ସ୍ତ୍ରୀ ବିକୁଛନ୍ତି ପରିବା

    Share on :
    ajab-Image
    Date: Nov 28, 2019    Views: 979

    ଗତ ଶୁକ୍ରବାର ଦିନ ଝାଡ଼ଖଣ୍ଡର ବଡ଼କାଗାଓଁ ବିଧାନସଭା କ୍ଷେତ୍ରରେ ବିଜେପି ବିଧାୟକ ପ୍ରାର୍ଥୀ ଲୋକନାଥ ମାହାତୋ ନାମାଙ୍କନ ପତ୍ର ଦାଖଲ କରୁଥିବା ସମୟରେ ତାଙ୍କ ସ୍ତ୍ରୀ ବଜାରରେ ପରିବା ବିକି୍ରରେ ବ୍ୟସ୍ତ ଥିଲେ । ତିନି ତିନି ଥର ବିଧାୟକଙ୍କ ସ୍ତ୍ରୀ ଏପରି ପରିବା କାହିଁକି ବା କରିବେ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠିପାରେ । ପ୍ରଥମେ ଲାଗିପାରେ ଯେ ଇଏ ବୋଧହୁଏ ନିର୍ବାଚନ ପ୍ରଚାରର ଏକ ନୂଆ ଉପାୟ । ହେଲେ ଏ ସମ୍ପର୍କରେ ବିଧାୟକଙ୍କ ସ୍ତ୍ରୀ ମୌଲିନି ଦେବୀ ଯାହା କହନ୍ତି ତାହା ଅତ୍ୟନ୍ତ ପ୍ରେରଣାଦାୟୀ । ‘ମୋ ସ୍ୱାମୀ ନାମାଙ୍କନ ପତ୍ର ଦାଖଲ କଲାବେଳେ ମୁଁ ସେଠାରେ ଉପସ୍ଥିତ ରହିଲେ ଘର କାମ କିଏ କରିବ? ମୋ ସ୍ୱାମୀ ବିଧାୟକ ହେବା ପୂର୍ବରୁ ମୁଁ ପରିବା ବିକୁଥିଲି । ସେ ତିନି ତିନି ଥର ବିଧାୟକ ହେବା ପରେ ମଧ୍ୟ ମୁଁ ଚାଷ କାମ ଜାରି ରଖିଛି । ଏଥିରେ ଲାଜ କରିବାରେ କିଛି ନାହିଁ । ଘର ବଗିଚାରେ ଯାହା ପରିବା ଚାଷ ହୁଏ ସେଥିରୁ ପରିବାର ପାଇଁ ରଖି ବାକି ତକ ଉପôାଦକୁ ନେଇ ବଜାରରେ ବିକେ ।’ ସବୁଠାରୁ ବଡ଼ କଥା ସେ ଏହି ପଇସାରେ ନିଜ ଖର୍ଚ୍ଚ ଉଠାଇଥାନ୍ତି । ସ୍ୱାମୀଙ୍କ ଉପରେ ସେ ନିର୍ଭରଶୀଳ ନୁହନ୍ତି ବୋଲି ମୌଲିନି ଅତ୍ୟନ୍ତ ଗର୍ବର ସହ କହନ୍ତି । ଯେହେତୁ ଚାଷ କାମ ତାଙ୍କର କୌଳିକ ବୃତ୍ତି ତେଣୁ ସ୍ତ୍ରୀ ପରିବା ବିକିବାରେ କୌଣସି ଭୁଲ ନାହିଁ ବୋଲି ବିଧାୟକ ପ୍ରାର୍ଥୀ ଲୋକନାଥ ପ୍ରକାଶ କରିଛନ୍ତି । ସମୟ ମିଳିଲେ ସେ ମଧ୍ୟ ପତ୍ନୀଙ୍କୁ ଚାଷକାମରେ ସାହାଯ୍ୟ କରନ୍ତି । ବିଧାୟକ ଭାବେ ତାଙ୍କର ସମସ୍ତ ଉପାର୍ଜନକୁ ନିଜ ନିର୍ବାଚନମଣ୍ଡଳୀର ଗରିବ ଝିଅଙ୍କ ବିବାହ ଓ ଚିକିତ୍ସାରେ ଖର୍ଚ୍ଚ କରିଥାନ୍ତି । ସେ ୧୯୯୫ ରୁ ଲଗାତାର ଭାବେ ତିନିଥର ବିଧାୟକ ହୋଇଥିଲେ । ୨୦୦୫ ରେ ସେ ଶ୍ରେଷ୍ଠ ବିଧାୟକ ପୁରସ୍କାର ମଧ୍ୟ ପାଇଥିଲେ । ୭୪ ବର୍ଷ ବୟସ୍କ ଲୋକନାଥଙ୍କୁ ବିଜେପି ଦଳ ତରଫରୁ ଟିକେଟ୍ ମିଳିଛି ।

    Maximum 500 characters

    ଅଜବ View all

    Find Us on Facebook