ମୁଖ୍ୟ ଖବର
ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଥିବା ସମ୍ପର୍କ ବହୁତ ଗଭୀର ହୋଇଥାଏ ଏକଥା ଆମେ ସମସ୍ତେ ଜାଣିଥାନ୍ତି । ଦୁହିଁଙ୍କ ମଧ୍ୟର ସତ୍ୟତା ଏବଂ ବିଶ୍ବାସର ଡୋରୀ ସର୍ବଦା ବାନ୍ଧି ହୋଇ ରହିଥାଏ । ଏହି ସମ୍ପର୍କ ଆଗକୁ ବଢିବା ସହିତ ଦିନକୁ ଦିନ ଆହୁରୀ ମଜବୁତ୍ ହୋଇଯାଇଥାଏ । ଉଭୟ ଉଭୟଙ୍କ ସହିତ ପ୍ରାୟ ସବୁ କଥା ସେୟାର କରିଥାନ୍ତି । କିନ୍ତୁ କିଛି ସ୍ତ୍ରୀ ଅଛନ୍ତି ନିଜ ସ୍ବାମୀଙ୍କଠାରୁ କିଛି କଥା ଲୁଚାଇ ରଖିଥାନ୍ତି। କାରଣ ସେମାନେ ଭାବନ୍ତି ସତ କଥା କହିଦେଲେ କାଳେ ସମ୍ପର୍କ ଭାଙ୍ଗି ଯିବ ବୋଲି। ତେଣୁ ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ସେମାନେ କଥା ଏଭଳି ଲୁଚାଇ ରଖିଥାନ୍ତି। ତେବେ ଆସନ୍ତୁ ଜାଣିବା ଏମିତି କେଉଁ କଥା ଅଛି ଯେ ସ୍ତ୍ରୀମାନେ ନିଜ ସ୍ବାମୀଠାରୁ ଲୁଚାଇ ରଖିଥାନ୍ତି।
–କର୍ମଜୀବୀ ମହିଳାମାନେ ଅଫିସରେ ମିଳୁଥିବା ସଫଳତାକୁ ନିଜ ସ୍ବାମୀଙ୍କ ସହିତ ଜଲଦିରେ ସେୟାର କରିବାକୁ ଚାହାଁନ୍ତି ନାହିଁ, କାହିଁକି ନା ସେମାନଙ୍କୁ ଲାଗିଥାଏ କି ଏହି କଥା ତାଙ୍କ ସ୍ବାମୀଙ୍କୁ ଖରାପ ଲାଗିପାରେ କି, ତାଙ୍କ ଠାରୁ ତାଙ୍କ ସ୍ତ୍ରୀ ଆଗକୁ ବଢିବାରେ ଲାଗୁଥିବାବେଳେ ସେ ପଛରେ ରହିଯାଇଛନ୍ତି ।
–ସ୍ତ୍ରୀ ମାନେ ନିଜର ବ୍ୟାଙ୍କ ଆକାଉଣ୍ଟ ଏବଂ ଟଙ୍କା ନେଣଦେଣ ସମ୍ପର୍କରେ ମଧ୍ୟ ଭୁଲରେ ନିଜ ସ୍ବାମୀଙ୍କୁ କହିନଥାନ୍ତି । କାରଣ ତାଙ୍କର ମନରେ ଥାଏ କି ଯଦି ଭବିଷ୍ୟତରେ ସ୍ବାମୀ କୌଣସି ଅସୁବିଧାରେ ପଡନ୍ତି ତେବେ ସେହି ସମୟରେ ସେ ତାଙ୍କ ସାହାଯ୍ୟ କରିବେ । ତେଣୁ ସେ ଏହି କଥାକୁ ଗୋପନୀୟ ଭାବେ ରଖିଥାନ୍ତି ।
–ସ୍ତ୍ରୀ ମାନେ ନିଜ ଶରୀର ସମ୍ବନ୍ଧୀୟ କୌଣସି ଛୋଟ ଛୋଟ କଥା ନିଜ ସ୍ବାମୀଙ୍କୁ କହିନଥାନ୍ତି । କାରଣ ତାଙ୍କୁ ଲାଗିଥାଏ କି କାହିଁକି ଛୋଟ କଥା କହିକି ସ୍ବାମୀଙ୍କୁ ଟେନସନ୍ ଦେବେ । ଏମିତିରେ ଛୋଟମୋଟ ସମସ୍ୟାକୁ ନିଜେ ହ୍ୟାଣ୍ଡେଲ୍ କରିବାରେ ସେମାନେ ଭଲ ପାଇଥାନ୍ତି ।
–ମହିଳାମାନେ ନିଜ ଘରର ଆର୍ଥିକସ୍ଥିତି ଲୁଚାଇ ରଖିଥାନ୍ତି । ସେମାନେ ଚାହିଁଥାନ୍ତି କି ଏଭଳି ସମୟରେ ସେ ସବୁକିଛି ସମ୍ଭାଳିବା ଉଚିତ୍ ।
–କୈାଣସି ବି ମହିଳା ତାଙ୍କର ପ୍ରଥମ ପ୍ରେମ ସମ୍ପର୍କରେ ସ୍ବାମୀକୁ କୁହନ୍ତି ନାହିଁ। କାରଣ ସେମାନଙ୍କୁ ଲାଗେ କି ପୁରୁଣା ପ୍ରେମ କଥା ସ୍ବାମୀଙ୍କୁ ଜଣାଇଲେ ବର୍ତ୍ତମାନର ସମ୍ପର୍କ ଖରାପ ହୋଇଯିବ ବୋଲି।
–ମହିଳାମାନେ କେବେ ବି ତାଙ୍କ ସାଙ୍ଗମାନଙ୍କ ବିଷୟରେ ସ୍ବାମୀଙ୍କୁ କୁହନ୍ତି ନାହିଁ। ତାଙ୍କ ସାଙ୍ଗମାନଙ୍କ କଥା ସାଙ୍ଗ ଭିତରେ ରହିବାକୁ ଦିଅନ୍ତି।
Comments ସମସ୍ତ ମତାମତ