Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

GANESH PUJA

ମୁଖ୍ୟ ଖବର

    କାହିଁକି ଗଣେଶଙ୍କୁ ଏକଦନ୍ତ ଭଗବାନ କୁହାଯାଏ

    Share on :
    ajab-Image
    Date: Sep 13, 2023    Views: 2556

    ଭୁବନେଶ୍ୱର :ମହାଭାରତରେ ୧ ଲକ୍ଷ ଶ୍ଳୋକ ସହ, ୧.୮ ଲକ୍ଷ  ଶବ୍ଦ ରହିଛି। ଆରମ୍ଭରୁ ୨୪,୦୦୦ ଶ୍ଳୋକ ଥିଲା। ପରେ ତାହା ବଢ଼ିଯାଇ ୧ ଲକ୍ଷରେ ପହଞ୍ଚିଥିଲା। ଆମେ ସମସ୍ତେ ଜାଣନ୍ତି ଯେ ବ୍ୟାସଦେବଙ୍କ ନିର୍ଦ୍ଦେଶକ୍ରମେ ଯିଏ ମହାଭାରତର ଶ୍ଳୋକ ରଚନା କରିଥିଲେ ସେ ହେଉଛନ୍ତି ଗଣେଶ।

    ଏହା ପଛରେ ଏକ ମଜ୍ଜାଦାରିଆ କାହାଣୀ ରହିଛି। ବ୍ୟାସଦେବ ନିଜେ ମହାଭାରତ ଲେଖିବାକୁ ଚାହୁଁଥିଲେ। ମାତ୍ର ସେ ଚିନ୍ତା କଲେ ଯେ ସେ ଯଦି ଏକା ଏହାକୁ ଲେଖିବାକୁ ବସନ୍ତି ତ ଅନେକ ସମୟ ଲାଗିଯିବ। ସେଥିପାଇଁ ସେ ଗଣେଶଙ୍କୁ ଏହି କାମରେ ନିୟୋଜିତ କଲେ।

    ଗଣେଶ କିନ୍ତୁ ଲେଖା ଆରମ୍ଭ କରିବା ପୂର୍ବରୁ ସେ ନିଜର ଏକ ସର୍ତ୍ତ ରଖିଥିଲେ। ସର୍ତ୍ତଟି ଥିଲା ସେ ଲେଖିବା ଆରମ୍ଭ କଲା ପରେ ଆଉ ଅଟକିବେ ନାହିଁ ଏବଂ ଦୃତ ଗତିରେ ଲେଖି ଚାଲିବେ। ଗଣେଶଙ୍କ ସର୍ତ୍ତ ଶୁଣିବା ପରେ ସ୍ୱୟଂ ବ୍ୟାସ ବି ଏକ ସର୍ତ୍ତ ରଖିଲେ। ସର୍ତ୍ତଟି ଥିଲା ନବୁଝି କିଛି ବି ଲେଖିବ ନାହିଁ। ଗଣେଶ ସର୍ତ୍ତ ଗ୍ରହଣ କରି ଲେଖିବା ଆରମ୍ଭ କଲେ।

    ଗଣେଶ ଲେଖୁ ଲେଖୁ ହଠାତ ତାଙ୍କ ଲେଖନୀ ସରିଗଲା। ସେ ନିଜ ଦାନ୍ତରୁ ଗୋଟାଏ ଭାଙ୍ଗି ଲେଖିବାରେ ଲାଗିଲେ। ସେଇଦିନଠାରୁ ଗଣେଶ ଏକଦନ୍ତ।

    Maximum 500 characters

    GANESH PUJA View all

    Find Us on Facebook