Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଡ ଖବର, ଗହମ ରପ୍ତାନି ଉପରେ ରୋକ ଲଗାଇଲା କେନ୍ଦ୍ର

    Share on :
    ajab-Image
    Date: May 14, 2022    Views: 2947


    ନୂଆଦିଲ୍ଲୀ: ଗହମ ରପ୍ତାନି ଉପରେ କେନ୍ଦ୍ରସରକାର ରୋକ ଲଗାଇଛନ୍ତି । ଦେଶର ଖାଦ୍ୟ ନିରାପତ୍ତା ଦୃଷ୍ଟିରୁ ରୋକ୍ ଲାଗିଛି । କିଛି ପଡୋଶୀ ଓ ଜରୁରୀ ଆବଶ୍ୟକତା ଥିବା ଦେଶ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । କେବଳ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଅନୁମତିରେ ରପ୍ତାନି ହୋଇପାରିବ ବୋଲି ସୂଚନା ମିଳିଛି । 

    ସୂଚନା ଅନୁସାରେ ନିକଟରେ ବିଶ୍ୱର ସବୁଠୁ ବଡ ଗହମ ଗ୍ରାହକ ଦେଶ ଇଜିପ୍ଟକୁ ଭାରତ ଏହାର ଗହମ ପଠାଇବ ବୋଲି କୁହାଯାଉଥିଲା  । ଆମଦାନିକାରୀ ଭାବେ ଭାରତକୁ ଇଜିପ୍ଟ ଅନୁମୋଦନ ପ୍ରଦାନ କରଥିଲା । ଇଜିପ୍ଟ ମୁଖ୍ୟତଃ ୟୁକ୍‌ରେନ ଓ ଋଷରୁ ଗହମ ମଗାଉଥିଲା  । ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ବାଣିଜ୍ୟ କାରବାର ଗୁରୁତର ଭାବେ ପ୍ରଭାବିତ ହୋଇଥିଲା  । ସେଥିପାଇଁ ଅନ୍ୟ ଦେଶରୁ ଗହମ କିଣିବା ଉପରେ ଇଜିପ୍ଟ ଗୁରୁତ୍ୱ ଦେଇଥିଲା  । ସୁଯୋଗକୁ ହାତଛଡା ନକରି ଭାରତ ତୁରନ୍ତ ଏହାର ଗହମ ପଠାଇବାର ପ୍ରସ୍ତାବ ଦେଇଥିଲା  ।

    Maximum 500 characters

    ତାଜା ଖବର View all

    Find Us on Facebook